ବାଲି ମାଫିଆଙ୍କ ଦାଦାଗିରି: ବେଆଇନ ବାଲି ଚାଲାଣ ବେଳେ ତହସିଲଦାରଙ୍କୁ ଆକ୍ରମଣ

Published By : Prameya-News7 Bureau | December 24, 2020 IST

ନୀଳଗିରି୨୪/୧୨: ବାଲି ମାଫିଆଙ୍କ ଦାଦାଗିରି। ବେଆଇନ ବାଲି ଚାଲାଣ ବେଳେ ସ୍ଥାନୀୟ ତହସିଲଦାର ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଲିମାଫିଆମାନେ ତହସିଲଦାରଙ୍କୁ ଆକ୍ରମଣ କରିବା ସହ ତାଙ୍କ ବାଇକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନ ନଦୀରେ ବେଆଇନ ବାଲି ଚାଲାଣ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।

କିଛିମାସ ଧରି ସୋନ ନଦୀରେ ବାଲି ଚୋରୀ ହେଉଥିବା ବେଳେ ଲକ୍ଷଲକ୍ଷ ଟଙ୍କା ରାଜସ୍ବ କ୍ଷତି ହେଉଛି। ପୂର୍ବରୁ ମଧ୍ୟ ତହସିଲଦାର ଓ ଉପଜିଲ୍ଲାପାଳ  ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ବାଲି ଗାଡି ଛଡ଼ାଇନେବାର ନଜିର ରହିଛି। ପରେ ଖାଦାନକୁ ରାଜସ୍ଵ  ବିଭାଗ ନିଲାମ ମଧ୍ୟ କରିଥିଲା।କାଗଜପତ୍ର ନହେଉଣୁ, ଏହି ଖାଦାନରେ ଦିନରାତି ଏକ କରି ବାଲିମାଫିଆ ଲକ୍ଷଲକ୍ଷ ଟଙ୍କା ବାଲି ଚୋରି କରି ନେଉଛନ୍ତି।ଆଜି ନୀଳଗିରି ତହସିଲଦାର ଅଶେଷ ନାୟକ ଚଢ଼ାଉ ବେଳେ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

ପୁନଦାଳ ବାଲି ଖାଦାନରେ ଚଢ଼ାଉ ପରେ କିଛି ଗାଡି ଖସିଯିବାରେ ସକ୍ଷମ ହୋଇଛନ୍ତି।ଗୋଟିଏ ଟ୍ରାକ୍ଟର ଧରି ଜବତ କରିବା ପରେ ସେହି ଅଞ୍ଚଳର ବାସିନ୍ଦା ନୀଳଗିରି ଉପାଧ୍ୟକ୍ଷ ତଥା ବିଜେଡି ନେତା ରମେଶ ମହାନ୍ତି, ତାଙ୍କ ପୁଅ ,ଭାଇ ଓ ଗ୍ରାମବାସୀଙ୍କ ସହ ମିଶି ଗାଡିକୁ ଅଟକ ରଖିବା ସହ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.