Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୋଖରୀ ନିଲାମକୁ କେନ୍ଦ୍ର କରି ଭୁଜାଲିରେ ସରପଞ୍ଚଙ୍କୁ ଆକ୍ରମଣ

19/04/2021 at 9:11 PM

ଆନନ୍ଦପୁର ୧୯।୦୪: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ କଣ୍ଟିପାଳ ପଞ୍ଚାୟତ ସରପଞ୍ଚ ମଳୟ କୁମାର ନାୟକଙ୍କୁ ଜଣେ ଯୁବକ ଭୁଜାଲିରେ ଆକ୍ରମଣ କରିଛନ୍ତି।  ହେଲେ ଆକ୍ରମଣ ସମୟରେ ହାତ ଦେଖାଇ ଦେବାରୁ ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ପଞ୍ଚାୟତର ଏକ ପୋଖରୀ ନିଲାମକୁ କେନ୍ଦ୍ରକରି ସଂପୃକ୍ତ ଯୁବକ ସରପଞ୍ଚଙ୍କୁ ଆକ୍ରମଣ କରିଥିବା ଖୋଦ୍ ସରପଞ୍ଚ ମଳୟ ନାୟକ କହିଛନ୍ତି। ଏପରିକି  ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ଥିବା ସରପଞ୍ଚଙ୍କ ଜଣେ ସମର୍ଥକ ନିଜ ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରୁଥିବାରୁ ତାଙ୍କ ମୋବାଇଲକୁ ମଧ୍ୟ ଭାଙ୍ଗି ଦେଇଛି ଆକ୍ରମଣକାରୀ ଯୁବକ। ଏହି ଘଟଣାକୁ ନେଇ ସରପଞ୍ଚ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

   Related Posts