ନନ୍ଦନକାନନ: ଜଗୁଆଳିଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ

Published By : Prameya-News7 Bureau | January 26, 2021 IST

ବାରଙ୍ଗ୨୬/୧: ଗତ ରବିବାର ନନ୍ଦନକାନନରେ ଏକ ଅଭାବନୀୟ ଘଟଣା ଘଟିଛି। ନନ୍ଦନକାନନ ଷ୍ଟୋର ରେଞ୍ଜରଙ୍କ ପୁଅକୁ ଜଗୁଆଳିମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣାରେ କର୍ତ୍ତୃପକ୍ଷ ୨ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି। କିନ୍ତୁ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ନନ୍ଦନକାନନ କର୍ତ୍ତୃପକ୍ଷ। ବାପାଙ୍କ ରାଗରେ ପୁଅକୁ ମାଡ ମାରିଥିବା କୁହାଯାଉଛି। ଏପଟେ ଆକ୍ରମଣର ଶିକାର ହୋଇଥିବା ପୁଅ ନିକିତେଶଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ମାଡ ମାରିବା ପରେ ପୋଲିସ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।

ମିଳିଥିବା ସୂଚନା ମୁତାବକ, ଦୀର୍ଘ ୭ ମାସ ପରେ ଅକ୍ଟୋବର ୪ ତାରିଖରେ ନନ୍ଦନକାନନ ଖୋଲିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟକଟ ଏଠାକୁ ଆସିଥାଆନ୍ତି। ଗତ ୨୫ ତାରିଖରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଥିବା ଜଣାଡିଛି। ସିସିଟିଭି ଫୁଟେଜରେ ଯାହା ଦେଖାଯାଇଛି ଯେ, ସମସ୍ତ ପର୍ଯ୍ୟଟକଙ୍କ ଉପସ୍ଥିତିରେ ଏହି ଅଭାବନୀୟ ଘଟିଥିଲା। ଗତ ୧୭ ତାରିଖ ଦିନ ୧୨ଟା ବେଳେ ଏହି ଘଟଣା ଘଟିଛି। ରେଞ୍ଜରଙ୍କ ପୁଅ ସାଙ୍ଗ ସାଥୀ ଧରି ନନ୍ଦନକାନନ ବୁଲିବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଜଗୁଆଳିମାନେ ମିଶି ତାଙ୍କୁ ନିସ୍ତୁକ ମାଡ ମାରିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। ଏହି ଘଟଣାରେ ପୋଲିସ ହାତ ଉପରେ ହାତ ବାନ୍ଧି ବସିଥିବା ଆହତ ନିକିତେଶଙ୍କ ମାଆ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.