Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବିଚ୍‌ ରାସ୍ତାରେ ବୃଦ୍ଧାଙ୍କ ଚୁଟିକୁ ଘୋଷାରି ମାଡ ମାରିଲେ ବାପ-ପୁଅ

21/07/2020 at 5:12 PM

ଖଲ୍ଲିକୋଟ୨୧/୭:  ମାଛ କିଣାବିକାକୁ କେନ୍ଦ୍ର କରି ଜଣେ ବୃଦ୍ଧାଙ୍କ ଚୁଟି ଘୋଷାରି ଉଲଗ୍ନ କରି ମାଡ଼ ମାରିଲେ ବାପ- ପୁଅ । ଗଞ୍ଜାମ ଜିଲ୍ଲା ଏନ ଏ ସି ସାନ ବଜାର କେଉଟ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସମାନ୍ୟ ମାଛ କିଣାକୁ କେନ୍ଦ୍ର କରି ଆରମ୍ଭ ହେଇଥିଲା ପାଟିତୁଣ୍ଡ , ଆଉ ତା ପରେ ବାପ- ପୁଅ ମିଶି ବଦ୍ଧାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଏହି ଘଟଣା ଘଟୁଥିବା ବେଳେ କିଏ ଜଣେ ଦୂରରେ ରହି ମୋବାଇଲ କ୍ୟାମେରାରେ ସମସ୍ତ ଦୃଶ୍ୟ ରେକର୍ଡି କରିଥିଲେ। ବୃଦ୍ଧ ମହିଳା ଜଣଙ୍କ ହେଉଛନ୍ତି ମାଛ ବ୍ୟବସାୟୀ ।

ସୂଚନା ମୁତାବକ ସବୁଦିନ ପରି ମାଛ ବିକୁଥିବା ଏହି ବୃଦ୍ଧା ସୁକୁମାରି ବେହେରା ଆଜି ବି ମଧ୍ୟ ମାଛ ବିକିବାକୁ ସାନ ବଜାର କେଉତ ସାହିକୁ ଯାଇଥିଲେ । ହେଲେ ସେହି ସାହର ଗନ୍ଧିଆ ବେହେରା ଏବଂ ତାଙ୍କ ପୁଅ କହ୍ନେଇ ବେହେରା ସେହି ମହିଳାଙ୍କ ସହ ମାଛ କିଣାକୁ ନେଇ ପାଟିତୁଣ୍ଡ ହେଇଥିଲା। ଆଉ ପାଟିତୁଣ୍ଡ ହେବା ଭିତରେ ବାପ-ପୁଅ ମିଶି ମହିଳାଙ୍କୁ ମାଡ଼ ମାରିଥିଲେ। ଆଉ ମାଡ଼ ମାରିବା ସମୟର ଏହି ଭିଜୁଆଲ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।

   Related Posts