ଗୁଜରାଟର ସାବରକଣ୍ଠାରେ ୧୪ ମାସର ଶିଶୁକୁ ଦୁଷ୍କର୍ମ ଘଟଣା: ଅଣଗୁଜରାଟୀଙ୍କ ଉପରେ ବଢୁଛି ଆକ୍ରମଣ, ପ୍ରସଂଗକୁ ନେଇ ଆରମ୍ଭ ହେଲା ରାଜନୀତି

Published By : Prameya-News7 Bureau | October 09, 2018 IST

ଅହମଦାବାଦ ୯/୧୦ : ଗୁଜରାଟର ସାବରକଣ୍ଠାରେ ୧୪ ମାସର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବିହାର ଜଣେ ଯୁବକକୁ ଗିରଫ କରାଯାଇଥିଲା | ଅଭିଯୁକ୍ତ ଗିରଫ ହେବା ପ୍ରତିବାଦରେ ଅଣ ଗୁଜରାତିଙ୍କ ଉପରେ ଆକ୍ରମଣ ହୋଇଥିଲା | ଘଟଣାକୁ ନେଇ ରାଜନୀତି ଜୋର ଧରିଛି | ଘଟଣାକୁ ନେଇ ମାୟାବତୀ କହିଛନ୍ତି, ଯେଉଁ ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ବାରଣାସୀରେ ଭୋଟ ଦେଇ ବିଜୟୀ କରିଥିଲେ ସେହିମାନଙ୍କ ଉପରକୁ ଆଜି ଗୁଜରାଟରେ ଆକ୍ରମଣ ହୋଇଛି | ଏହା ଅତ୍ୟନ୍ତ ଦୁଃଖର ବିଷୟ | କଂଗ୍ରେସ ବିଧାୟକ ଅଳପେଶ ଠାକୁର କହିଛନ୍ତି ଛଟ ପୂଜା ପାଖେଇ ଆସିବା ଯୋଗୁଁ ପ୍ରାୟ ଲୋକେ ନିଜ ନିଜ ଘରକୁ ଯାଉଛନ୍ତି, ଗୁଜରାଟରେ କାହା ଉପରେ ଆକ୍ରମଣ ହୋଇନାହିଁ | ଗୁଜରାଟରେ ଅଣ ଗୁଜରାତିଙ୍କ ଉପରେ ଆକ୍ରମଣ ଯୋଗୁଁ ଏବେ ଯାଏଁ ୪୫୦ ଜଣ ଗିରଫ ହୋଇ ସାରିଛନ୍ତି | ୫୬ଟି ଏଫଆଇଆର ରୁଜ୍ଜୁ କରାଯାଇଛି | ଉତ୍ତର ଭାରତୀୟ ବିକାଶ ପରିଷଦ କହିବା ଅନୁଯାୟୀ ଗୁଜରାଟରୁ ପଳାୟନ କରିଥିବା ଲୋକଙ୍କ ସଂଖ୍ୟା ୫୦ ହଜାର | ଗୁଜରାଟର ୯ଟି ଜିଲ୍ଲାରେ ଆକ୍ରମଣ ହୋଇଛି | ଏହି ଆକ୍ରମଣ ସାବରକଣ୍ଠା, ମେହେସାଣା, ଅହମଦାବାଦ ସହର, ସୁରେନ୍ଦ୍ରାନଗର, ଅରାବେଲି, ଗାନ୍ଧୀ ନଗର ଏବଂ ଆଣନ୍ଦ ପ୍ରଭାବିତ ହୋଇଛି | [caption id="attachment_48392" align="alignnone" width="759"] jr06-up-mp-05
Natives of Uttar Pradesh, Madhya Pradesh and Bihar leave for their villages from Ahmedabad on Saturday afternoon after they were attacked and warned to 'leave Gujarat else face dire consequences'. Ahmedabad and neighbouring districts have witnessed an exodus of migrants from Bihar, Uttar Pradesh and Madhya Pradesh after their settlements were attacked following the arrest of Ravindra Sahu, who hails from Bihar, for allegedly raping a 14-month-old girl in Sabarkantha district last week. The victim belongs to the Thakor community, which, according to police, has targeted migrants since the incident. express photo javed raja
6-10-2018[/caption] ଆଣନ୍ଦ ଜିଲ୍ଲାର ବଘାଷି ସହରରେ ଥିବା ଅମୁଲ ପ୍ଲାଣ୍ଟରେ କାର୍ଯ୍ୟରତ ଅଣ ଗୁଜରାତି ଶ୍ରମିକଙ୍କ ଉପରେ ସୋମବାର ଆକ୍ରମଣ ହୋଇଥିଲା | ଆକ୍ରମଣରେ ୭ ଜଣ ଆହତ ହୋଇଥିଲେ | ତେବେ ଆକ୍ରମଣକାରୀମାନେ ଶ୍ରମିକମାନଙ୍କୁ ରାଜ୍ୟ ଛାଡି ଚାଲିଯିବା ପାଇଁ ଚେତାବନୀ ଦେଇଥିଲେ | ଏହି ଘଟଣାରେ କ୍ଷତ୍ରିୟ ଠାକୋର ସେନା ସହିତ ଜଡିତ ୯ଜଣଙ୍କୁ ପୋଲିସ ଉଠାଇନେଇଛି | ଘଟଣାକୁ ନେଇ ଅଳପେଶ ଠାକୁର କହିଛନ୍ତି ଯେ, ସେ ପ୍ରଥମ ଦିନରୁ ହିଁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଆସୁଛନ୍ତି | ଠାକୋର ମଙ୍ଗଳବାର ଦିନ ଗଣମାଧ୍ୟମକୁ କହିଲେ ଯେ, ଜଣେ ଶିଶୁ ସହିତ ଦୁଷ୍କର୍ମ ହୋଇଛି | ରାହୁଲ ଗାନ୍ଧୀ ଟ୍ୱିଟ ଜରିଆରେ ଗୁଜରାଟ ହିଂସା ଘଟଣାରେ ବିଜେପି ସରକାରଙ୍କୁ ଦୋଷ ଦେଇଚନ୍ତି । ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ସହ ଏହି ମାମଲାରେ କଥାବାର୍ତ୍ତା କରିଥିଲେ | ସେ ଲୋକଙ୍କୁ ଅପିଲ କରିଛନ୍ତି ଯେ, ଗୋଟିଏ ରାଜ୍ୟର ଲୋକେ ଅନ୍ୟ ଏକ ରାଜ୍ୟର ଲୋକଙ୍କ ଉପରେ ଭୁଲ ତଥ୍ୟ ନରଖନ୍ତୁ | ବିଜୟ ରୁପାଣି ଅଣ ଗୁଜରାତିଙ୍କୁ ଗୁଜରାଟ ନଛାଡ଼ିବାକୁ ଅପିଲ କରିଥିଲେ | ଅଣ ଗୁଂଜରାତୀଙ୍କୁ ସେ ସୁରକ୍ଷା ପ୍ରଦାନ କରିବେ | ସରକାରଙ୍କ ଉପରେ ସେମାନେ ଭରସା ରଖନ୍ତୁ ବୋଲି କହିଛନ୍ତି ରୁପାଣି | ସାବରକଣ୍ଠାରେ ଗତ ସେପ୍ଟେମ୍ବର ୨୮ ତାରିଖରେ ଏକ ୧୪ ମାସର ଶିଶୁ ସହିତ ଦୁଷ୍କର୍ମ ହୋଇଥିଲା | ପୀଡିତା ଶିଶୁ ଠାକୋର ସମ୍ପ୍ରଦାୟର | ଏହି ଘଟଣାରେ ବିହାରର ଜଣେ ଯୁବକକୁ ପୋଲିସ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.