ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣାରେ ୮ ଗିରଫ

Published By : Prameya-News7 Bureau | April 22, 2019 IST

ଘସିପୁରା ୨୨/୪ : ଘସିପୁରା ନିର୍ବାଚନ ହିଂସା ମାମଲାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ | ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କ ଉପରେ ଗତକାଲି ସନ୍ଧ୍ୟାରେ ଆକ୍ରମଣ ହୋଇଥିଲା | ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ରାମଚନ୍ଦ୍ରପୁର ଭଣ୍ଡାରପଡା ଛକରେ ଉଭୟଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ | ଆକ୍ରମଣରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ଆହତ ହୋଇଥିଲେ | ଆହତଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଆକ୍ରମଣରେ ୧୦ରୁ ଅଧିକ ଗାଡି ଭଙ୍ଗାରୁଜା ହୋଇଥିଲା | ଗୁଳି ଫୁଟିବା ସହ ଟେକ ପଥର ମାଡ ମଧ୍ୟ ହୋଇଥିଲା | ଘଟଣାକୁ ନେଇ ନିରଞ୍ଜନ ଓ ବଦ୍ରି ପରସ୍ପର ଉପରକୁ ଦୋଷ ଲଦାଲଦି ହୋଇଥିଲେ |

{"id":105978}

ଉଭୟ ପକ୍ଷରୁ ଥାନାରେ ଏତଲା ଜାରି ହୋଇଥିଲା | ଏତଲା ପରେ ପୋଲିସ ୮ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି | ଘଟଣା ସମ୍ପର୍କରେ ରାମଚନ୍ଦ୍ରପୁର ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି | ଗତକାଲି ସ୍ଥାନୀୟ ଅଂଚଳରେ ୟତ୍ତେଜନା ଦେଖା ଦେଇଥିଲା | ସ୍ଥାନୀୟ ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆଜି ସକାଳୁ ପୋଲିସ ପେଟ୍ରୋଲିଙ୍ଗକୁ ଆହୁରି କଡାକଡି କରିଦିଆଯାଇଛି | ଅଶନକାଳୀ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି |

{"id":105979}


ପୋଲିସ ସୂତ୍ର ଅନୁଯାୟୀ, ବର୍ତ୍ତମାନ ମଧ୍ୟ ଆନନ୍ଦପୁର ଅଂଚଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି | ଗିରଫ ୮ ଜଣଙ୍କୁ ପଚରାଉଚୁରା କରୁଛି ପୋଲିସ | ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.