ପଞ୍ଜାବରେ କଙ୍ଗନା ରଣାଓ୍ବତଙ୍କୁ ପ୍ରବଳ ବିରୋଧ, କାର ଉପରେ ଆକ୍ରମଣ କଲେ ଚାଷୀ

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୦୩/୧୧ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଗତ କିଛି ଦିନ ଧରି ଦେଶର ଚାଷୀମାନଙ୍କୁ ଲଗାତାର ଭା​‌​ବେ ଟାର୍ଗେଟ କରୁଛନ୍ତି । ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଚାଷୀମାନେ ଧାରଣା ​‌ଦେଉଥିବା ବେଳେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ଯାହାକୁ ନେଇ ସେ ପ୍ରବଳ ସମାଲୋଚିତ ହୋଇଥିଲେ । ପଞ୍ଜାବୀ ସୁପରଷ୍ଟାର ଦିଲଜିତ୍‌ ଦୋସାଞ୍ଜଙ୍କ ସହ ତାଙ୍କ ବିବାଦ ଏକ ସମୟରେ ବେଶ ଚର୍ଚ୍ଚା ହୋଇଥିଲା । ଏବେ କଙ୍ଗନା ପଞ୍ଜାବ ଯାଇଥିବା ବେଳେ ତାଙ୍କ କାରକୁ ଆକ୍ରମଣ କରାଯାଇଥିବା​ ଜଣାପଡିଛି କଙ୍ଗନା ଏହାର ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଭିଡିଓ ସେୟାର କରିଛନ୍ତି କଙ୍ଗନା । ଯେଉଁଥିରେ ଦେଖିବାକୁ ମିଳୁଛି କିଛି ଚାଷୀ ତାଙ୍କ କାରକୁ ଘେରିଯାଇଛନ୍ତି । ଭିଡିଓ ସେୟାର କରି କ୍ୟାପସନ୍‌ରେ କଙ୍ଗନା ଲେଖିଛନ୍ତି, ‘ପଞ୍ଜାବରେ ପ୍ରବେଶ କରିବା କ୍ଷଣି ମୋ କାର ଉପରେ କିଛି ଲୋକ ଆକ୍ରମଣ କରିଥିଲେ । ସେମାନେ ନିଜକୁ ଚାଷୀ ବୋଲି କହୁଥିଲେ ।’ ଏହା ଛଡା କଙ୍ଗନା ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ କାର ମଧ୍ୟରେ ଫସିଥିବା ନଜର ଆସୁଛନ୍ତି ।

କଙ୍ଗନା କହିଛନ୍ତି, ମୋ ଗାଡିକୁ ଆଗକୁ ଯିବାପାଇଁ ଅନୁମତି ଦିଆଯାଉନାହିଁ । ମୁଁ କଣ କୌଣସି ରାଜନୈତିକ ବ୍ୟକ୍ତି? ଏହା କେଉଁ ପ୍ରକାରର ବ୍ୟବହାର । ଉଦ୍ଦେଶ୍ୟମୂଳକ ଭାବେ ମୋତେ ଟାର୍ଗେଟ କରାଯାଉଛି । ଜାଣିଣୁଣି ମୋତେ ଯିବାକୁ ଦିଆଯାଉନାହିଁ । ପୋଲିସ ଉପସ୍ଥିତ ଥାଇ ମଧ୍ୟ ନିରବଦ୍ରଷ୍ଟା ସାଜିଛି । ଦୀର୍ଘ ସମୟ ସେଠାରେ ଫସି ରହିବା ପରେ କଙ୍ଗନା ସେଠାରୁ ବାହାରି ଆସିବାକୁ ସକ୍ଷମ ହୋଇଛନ୍ତି । ଚାଷୀଙ୍କ ଭିଡରୁ ବାହାରକୁ ଆସିବା ପରେ କଙ୍ଗନା ପଞ୍ଜାବ ପୋଲିସକୁ ଧନ୍ୟବାଦ ଦେଇଥିବାର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ।

wp:embed {"url":"https://youtu.be/o2pPk6DPrbk","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/o2pPk6DPrbk
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.