ନୟାଗଡ୨୫/୧୨: ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ନୟାଗଡ଼ ସଦର ଥାନା ପୁଲିସ ଅଟକ ରଖିଛି। ଗତକାଲି ଯଦୁପୁର ନାବାଳିକା ମୃତ୍ୟୁ ଘଟଣାରେ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ।
ଗତକାଲି ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ନୟାଗଡ ଟ୍ରାଫିକ ଛକରେ ରାସ୍ତାରୋକ କରାଯାଇଥିଲା ଶତାଧିକ ଲୋକଙ୍କ ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିଯୋଗୁଁ ରାସ୍ତାର ଉଭୟ ପଟରେ ଶହଶହ ଗାଡି ମଟର ଅଟକି ରହିଥିଲା ।
ତେବେ ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା। ଯଦୁପୁର ନାବାଲିକା ମୃତ୍ୟୁ ଘଟଣାର ରିପୋର୍ଟିଂ କରୁଥିବା କିଛି ସାମ୍ବାଦିକଙ୍କୁ ସେଠାରେ କିଛି ଲୋକ ଠେଲାପେଲା କରିବା ସହ କ୍ୟାମେରା ଭାଙ୍ଗି ଦେଇଥିଲେ । ଦୁର୍ବୃତ୍ତଙ୍କ ଗିରଫ ଦାବିରେ ଏହି ରାସ୍ତାରୋକ ହୋଇଥିଲା । ସାମ୍ବାଦିକଙ୍କ ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି।