Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସାମ୍ବାଦିକଙ୍କୁ ଆକ୍ରମଣ: ବୁଧବାରକୁ ଘୁଞ୍ଚିଲା ନିଷ୍ପତ୍ତି, ସବ ଇନ୍ସପେକ୍ଟରଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି ?

27/06/2021 at 7:59 PM

ନୟାଗଡ ୨୭।୦୬: ବୁଧବାରକୁ ଘୁଞ୍ଚିଲା ନିଷ୍ପତି । ନୟାଗଡ଼ରେ ନ୍ୟୁଜ୍‌ ୭ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜିଲ୍ଲାପାଳ ଓ ସାମ୍ବାଦିକ ମାନଙ୍କ ସହ ଆଲୋଚନାରେ କିଛି ବି ସମାଧାନ ବାହାରିନି । ଆସନ୍ତା ବୁଧବାର ଯାଏଁ  ସମୟ ନେଇଛନ୍ତି ଜିଲ୍ଲାପାଳ । ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଜିଲ୍ଲାପାଳ । ସେପଟେ  ପରବର୍ତ୍ତୀ ନିଷ୍ପତି ନ ଆସିବା ଯାଏଁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିବାକୁ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ନିଷ୍ପତ୍ତି ନେଇଛି।

ଜିଲ୍ଲାପାଳ ଓ ସାମ୍ବାଦିକଙ୍କ ମଧ୍ୟରେ ଘଣ୍ଟାଏରୁ ଅଧିକ ସମୟ ଆଲୋଚନା  ହେଲା । କିନ୍ତୁ କିଛି ବି ନିଷ୍କର୍ସ ବାହାରିଲାନି ।  ନୟାଗଡ଼ର ନ୍ୟୁଜ୍ 7 ପ୍ରତିନିଧିଙ୍କୁ ଅବକାରୀ ଏସଆଇ ଧନଞ୍ଜୟ ପାତ୍ରଙ୍କ ମାଡ ଘଟଣାର ବାହାରିଲାନି ସମାଧାନ ସୁତ୍ର। ଆସନ୍ତା ବୁଧବାର ଯାଏ ସମୟ ନେଲେ  ଜିଲ୍ଲାପାଳ । ତେବେ  ସମାଧାନର ସୁତ୍ର  ବାହାରିବା ଯାଏ  କଳାବ୍ୟାଜ ପିନ୍ଧି ସାମ୍ବାଦିକ ମାନେ କାର୍ଯ୍ୟ କରିବେ ବୋଲି ନୟାଗଡ ସାମ୍ବାଦିକ ସଂଘ ନିଷ୍ପତ୍ତି  ନେଇଛି।

ସଂପୃକ୍ତ  ଅବକାରୀ ଏସଆଇଙ୍କୁ ଗିରଫ ଦାବିରେ ଗତ ୨ଦିନ ହେଲା ଜିଲ୍ଲା ସାମ୍ବାଦିକ ସଂଘ ଧାରଣା ଜାରି ରଖିଥିଲେ ।  ସାମ୍ବାଦିକ ମାନେ ଟାଉନ୍ ଥାନା ସମ୍ମୁଖରେ ଧାରଣା  ଦେବା ସହ  ଆଜି  ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଶୁକ୍ରବାର ଅବକାରୀ ବିଭାଗ ନକଲି ମଦ ସିଜ କରିଥିବା ବେଳେ  ଏହାର ଫଟୋ ଉଠାଉଥିବା ନ୍ୟୁଜ-୭ ପ୍ରତିନିଧି ଏବଂ ଦୈନିକ ଖବରକାଗଜ ଧରିତ୍ରୀ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲେ ଅବକାରୀ ସବଇନ୍ସପେକ୍ଟର ଧନଞ୍ଜୟ ପାତ୍ର ।

ତେବେ ପ୍ରଶ୍ନ ଉଠୁଛି କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ ମାରିଥିବା ଅବକାରୀ ସବ ଇନ୍ସପେକ୍ଟରଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଯାଉଛି । ଧନଞ୍ଜୟ ପାତ୍ରଙ୍କୁ ଟାଉନ ଥାନା ପୋଲିସ କେବଳ ଔପଚାରିକ ଭାବେ ପଚରାଉଚରା କରି ପଛ ଗେଟ୍‌ରେ  ବିଦା କରି ଦେବାର ରହସ୍ୟ କଣ । ସ୍ଥାନୀୟ ପୋଲିସ କାହା ଇଙ୍ଗିତରେ ଏହି ବାହୁବଳୀ ଅବକାରୀ ସବଇନ୍ସପେକ୍ଟରଙ୍କୁ ସୁରକ୍ଷା ଦେଇ ଆସୁଛି ।

   Related Posts