ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ବାଲେଶ୍ବରରେ ଯବାନଙ୍କୁ ଆକ୍ରମଣ

Published By : Prameya-News7 Bureau | February 22, 2019 IST

ଖଇରା ୨୨|୨: ସାରା ଦେଶ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ବାଲେଶ୍ବର ଖଇରା ଅଞ୍ଚଳରେ ଛୁଟିରେ ଆସିଥିବା ଜଣେ ଯବାନଙ୍କୁ ଆକ୍ରମଣ ହୋଇଛି। ଘଟଣା ଘଟିଛି ବାଲେଶ୍ବର ଖଇରା ଥାନା ରଟିଣା ଗାଁରେ।

{"id":87496}

ସୂଚନା ଅନୁସାରେ ଛୁଟିରେ ଆସିଥିବା ଯବାନ ଅମୂଲ୍ୟ କୁମାର ବିନ୍ଧାଣୀ ତିନି ଦିନ ତଳେ ପୁଲୱାମା ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ନେତା ଫେରୁଥିବା ବେଳେ ସେମାନଙ୍କର କୌଣସି କାରଣରୁ ଯବାନ ଅମୂଲ୍ୟ କୁମାର ବିନ୍ଧାଣୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା।

ଏହାପରେ ଯବାନ ଅମୂଲ୍ୟ ବିନ୍ଧାଣୀ ଓ ତାଙ୍କ ବାପାଙ୍କୁ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଖଇରା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.