ଶ୍ରୀମନ୍ଦିର ଭିତରକାଠ ନିକଟରେ ନଜର ରଖିବ ସିସିଟିଭି

Published By : Prameya-News7 Bureau | May 22, 2018 IST

ଶ୍ରୀମନ୍ଦିର ଭିତରକାଠ ନିକଟରେ ନଜର ରଖିବ ସିସିଟିଭି । ସେବାୟତ ଓ ଭକ୍ତଙ୍କ ନୀତିଗତି ଉପରେ ନଜର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ପ୍ରଶାସନକ ଓ ପୁରୀ ଏସପିଙ୍କ ମଧ୍ୟରେ ଆଲୋଚନା ପରେ ଆସନ୍ତାକାଲି ସିସିଟିଭି ଲଗାଇବା ପାଇଁ ନିଷ୍ପତି ନିଆଯାଇଛି । ଶ୍ରୀଜିଉଙ୍କ ନୀତି ବେଳେ ସିସିଟିଭି ବନ୍ଦ ରହିବ । କିନ୍ତୁ ସାଧାରଣ ଦର୍ଶନ ବେଳେ ଏହି ସିସିଟିଭି ଚାଲୁ ରହିବ । ଭିତର କାଠରେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ରବିବାର ଶ୍ରୀମନ୍ଦିରରେ ଅଣଓଡ଼ିଆ ଭକ୍ତଙ୍କୁ ଆକ୍ରମଣ ଘଟଣାରେ ୨ ସେବାୟତଙ୍କୁ ନିଲମ୍ବିନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ୨ଜଣଙ୍କୁ ନିଲମ୍ବନ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଆଇନର ୨୧-ଖ ଧାରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିଲମ୍ବିତ ଦୁଇ ସେବାୟତ ହେଲେ ଖୁଣ୍ଟିଆ ନିଯୋଗର ମଦନ ମୋହନ ଖୁଣ୍ଟିଆ ଓ ମେକାପ ନିଯୋଗ ସୋମନାଥ ମେକାପ । ଏହି ଦୁଇ ସେବାୟତଙ୍କୁ ନିଜ ନିଜ ନିଯୋଗରୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ତେବେ ଦୁଇ ସେବାୟତ ଫେରାର ଅଛନ୍ତି । ଗତ ରବିବାର ମହାରାଷ୍ଟ୍ର ଥାନେ ଅଞ୍ଚଳର ଚେତନ ଅମଲକର ସପରିବାର ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ମାରପିଟ୍ କରିଥିବା ନେଇ ଶ୍ରୀମନ୍ଦିର ଥାନାରେ ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.