କରୋନା ସନ୍ଦେହରେ ମାଆ-ଝିଅଙ୍କୁ ଆକ୍ରମଣ: ପୋଲିସ୍‌ର ଦ୍ବାରସ୍ଥ ହେଲେ ପୀଡିତା

Published By : Prameya-News7 Bureau | June 17, 2020 IST

ନୀଳଗିରି୧୭/୬: କରୋନା ସଂକ୍ରମଣ ପାଇଁ ସନ୍ଦେହ କରି ମାଆ- ଝିଅଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଧିନ କାଣ୍ଡଗରଡ଼ିହି ପଞ୍ଚାୟତ ଚିନ୍ତାମଣିପୁର ଗ୍ରାମରେ ଘଟିଛି। ଏହି ଗ୍ରାମର ଭାଗିରଥି ବେହେରା ଙ୍କ ସ୍ତ୍ରୀ ସାବିତ୍ରୀ ବେହେରା ଓ ତାଙ୍କ ଝିଅ ଭାରତୀ ବେହେରାଙ୍କୁ  ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଭାଗିରଥି ବେହେରାଙ୍କ ପରିବାର ସହ ସେହି ଗ୍ରାମର ମଧୁସୂଧନ ବେହେରା ଙ୍କର ଜମିଜମାକୁ ନେଇ ଶତ୍ରୁତା ଲାଗି ରହିଥିଲା। ହେଲେ ଭାଗିରଥି ବେହେରାଙ୍କ ଜ୍ବାଇଁ ମାସେ ତଳେ ତାଙ୍କ ଘରକୁ ଯାଇଥିଲେ।

ସେ ଗୁଜରାଟ ପୁର୍ବରୁ ଥିବାବେଳେ ହଠାତ୍ ତାଙ୍କ ଘରକୁ ଯିବା ନେଇ ପରିବାର ଲୋକେ କରୋନା ଆକ୍ରାନ୍ତ ହୋଇଥିବା ମଧୁସୁଧନ ବେହେରା ଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।ଏହାକୁ କେନ୍ଦ୍ରକରି ମଧୁସୁଧନ ତାଙ୍କ ତିନିଭାଇ ବୈକୁଣ୍ଠ, ଦୀନବନ୍ଧୁ,ପଣ୍ଡ ବେହେରା ମିଳିତ ଭାବେ ମା ଓ ଝିଅଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଝିଅ ମୁହଁରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କ ମାଆଙ୍କ ଶରୀରରେ ମଧ୍ୟ ଗଭୀର ଆଘାତ ଲାଗିଛି। ଉଭୟ ନୀଳଗିରି ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.