ଭୁଜାଲିରେ ସ୍ବାମୀ-ସ୍ତ୍ରୀଙ୍କ ମୁଣ୍ଡକୁ ହାଣି ଦେଲେ ଦୁର୍ବୃତ୍ତମାନେ, ଲୁଟି ନେଲେ ସୁନା-ଗହଣା

Published By : Prameya-News7 Bureau | September 21, 2020 IST

କେନ୍ଦ୍ରାପଡା୨୧/୯: ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ପଶି ଲୁଟ୍‌ପାଟ କରିବା ସହ ସ୍ବାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗ୍ରାମରେ ଏଭଳି ଅବାଭନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୃର୍ବୃତ୍ତମାନେ ୨ଟି ଘରୁ ଲୁଟ୍ କରିଛନ୍ତି। ଚୋରଙ୍କ ଭୁଜାଲି ଚୋଟରେ ଦୁଇଜଣ ଗୁରୁତର ହେବା ସହ ଟଙ୍କା ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତମାନେ।

ଗତକାଲି ବିଳମ୍ବିତ ରାତ୍ରରେ ୬ ଜଣ ଦୃର୍ବୃତ୍ତ ଗ୍ରିଲ ତାଲା ଭାଙ୍ଗି କୁସୁନପୁର ଗ୍ରାମର କାହ୍ନୁ ଚରଣଙ୍କ ଘରେ ପଶି ଚୋରି କରୁଥିବା ସମୟରେ ପରିବାର ଲୋକେ ଉଠି ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ୬ ଜଣ ଦୁର୍ବୃତ୍ତ ଭୁଜାଲିରେ ସ୍ବାମୀ ଓ ସ୍ତ୍ରୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ସେହିପରି ଅନ୍ୟ ଏକ ଘରର ଦୁଇଜଣଙ୍କୁ ଘର ଭିତରେ ପୁରାଇ ବାହାର ପଟୁ ତାଲା ପକାଇ ଦେଇଥିଲେ। ଗୁରୁତର କାହ୍ନୁ ଚରଣ ନାୟକଙ୍କୁ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବା ବେଳେ ମହିଳା ଜଣଙ୍କ କେନ୍ଦ୍ରାପଡା ମେଡିକାଲରୁ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.