ପଞ୍ଜାବ୨/୫: ପୁଣି କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ପଞ୍ଜାବ ଜଳନ୍ଧର ସହରରେ ଜଣେ ପୋଲିସ ଏଏସଆଇଙ୍କୁ ଦୁର୍ବୃତ୍ତ କାର ବନେଟ ଉପରେ ଘୋଷାଡି ଘୋଷାଡି ନେଉଥିବା ଦୃଶ୍ୟ ଭାଇରାଲ ହୋଇଛି। ଜଳନ୍ଧରରେ କର୍ପ୍ୟୁ ସତ୍ତ୍ବେ ଏହି ଅମାନିଆ ବାପା ପୁଅ କାର ଚଳାଇ ପୋଲିସ ଉପରେ କାର ଚଢାଇ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିଲେ। ଉଭୟ ଅଭିଯୁକ୍ତଙ୍କୁ ଜଳନ୍ଧର ପୋଲିସ ଜାତୀୟ ବିପର୍ଯ୍ୟୟ ଆଇନ୍ ଉଲଙ୍ଘନ ମାମଲାରେ ଗିରଫ କରିଛି। ସ୍ଥାନୀୟ ମିଲ୍କବାର ଛକରେ ଉକ୍ତ କାରକୁ ଅଟକାଇଥିଲା ପୋଲିସ । ଅଭିଯୋଗରେ ଜଣେ କଲେଜ ଛାତ୍ର ଅନମୋଲ ମେହମୀଓ ତାଙ୍କ ବାପା ପରମିନ୍ଦର କୁମାରଙ୍କୁ ଗିରଫ କରିଛି ଜଳନ୍ଧର ପୋଲିସ ।
{"id":263700,"sizeSlug":"large"}ASI ମୁକୁଲରାଜଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସଂପୃକ୍ତ ଡ୍ରାଇଭର ଜଣଙ୍କ ଗାଡ଼ି ଅଟକାଇ ନଥିଲେ । ମୁକୁଲରାଜ ତାଙ୍କ ଆଗକୁ ଯାଇ ଗାଡ଼ିକୁ ଅଟକାଇବା ବେଳେ ଡ୍ରାଇଭର ଜଣଙ୍କ ତାଙ୍କୁ ଗାଡ଼ି ବନେଟରେ ଟାଣି ନେଇଥିଲା। ଜାତୀୟ ବିପର୍ୟ୍ୟୟ ଆଇନ୍ ଉଲଙ୍ଘନ ମାମଲାରେ କାର ଡ୍ରାଇଭର ଓ ତାର ବାପା ନାଁରେ କେସ୍ ରୁଜୁ କରିଛି ଜଳନ୍ଧର କମିଶନରେଟ୍ ପୋଲିସ ।
{"id":263701,"sizeSlug":"large"}ଏପ୍ରିଲ ୧୨ତାରିଖରେ ମଧ୍ୟ ପଞ୍ଜାବ ପଟିଆଲାରେ ରେ ଜଣେ ଏଏସଆଇଙ୍କୁ ଆକ୍ରମଣକୁ ଖବର ଦେଶ ସାରା ଭାଇରାଲ ହୋଇଥିଲା। କିଛି ଦୁର୍ବୃତ୍ତ ଏଏସଆଇ ହରଜିତ ସିଂହଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସେ ଘଟଣା ମନରୁ ନ ଲିଭୁଣୁ ପୁଣି ପଞ୍ଜାବରେ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ନିନ୍ଦା କରାଯାଇଛି ।