Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଜଣେ କରୋନା ଯୋଦ୍ଧାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ: ସ୍ବାମୀ ଏବଂ ପିଲାଙ୍କୁ ମାରି ଦେବାକୁ ଧମକ

11/05/2020 at 6:13 PM

ନୟାଗଡ୧୧/୫: ପୁଣି ଜଣେ କରୋନା ଯୋଦ୍ଧାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଆଶାକର୍ମୀ ଜଣଙ୍କ ରଣପୁର ଥାନାରେ ଅଭିଯୋଗ କରିଛନ୍ତି। ବିନୋଦପଡା ଆଶାକର୍ମୀ ନଳିନୀ ପ୍ରଧାନଙ୍କୁ ସ୍ଥାନୀୟ ଦୁଇଜଣ ବ୍ୟକ୍ତି ଆକ୍ରମଣ କରିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି ।ବାହାରୁ ଆସିଥିବା ବ୍ଯକ୍ତିଙ୍କ ରେଜିଷ୍ଟ୍ରେସନ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଘଟଣା ଅନୁଯାୟୀ, ରଣପୁର ପୁର ଥାନା ଅନ୍ତର୍ଗତ ବିନୋପଡାର ଆଶାକର୍ମୀ ନଳିନୀ ସରକାରଙ୍କ ଗାଇଡ୍‌ ମାନି କାର୍ଯ୍ୟ କରୁଛନ୍ତି। ଗାଇଡ୍‌ ଲାଇନ୍ ଅନୁସାରେ ବାହାରରୁ ଯେଉଁ ବ୍ୟକ୍ତି ଆସିବେ, ତାଙ୍କ ନାଁ ରେଜିଷ୍ଟ୍ରେନ ବା ପଞ୍ଜିକୃତ ହେବ। ଏହସହ ସ୍ଥାନୀୟ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିବେ। ନଳିନୀ ମଧ୍ୟ ସେୟା କରିଥିଲେ। କିନ୍ତୁ ସ୍ଥାନୀୟ କମଳାକାନ୍ତ ପାଣି ଏବଂ ହର ମୋହନ ନାୟକ ଦୁହେଁ ମିଶି ନଳିନୀଙ୍କ ଘର ସାମ୍ନାରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ। କାହିଁକି ତାଙ୍କ ପୁଅ ନାଁ ପଞ୍ଜିକୃତ କଲେ ବୋଲି ଆଶାକର୍ମୀଙ୍କୁ ଏହି ଦୁଇଜଣ ପ୍ରଶ୍ନ କରିଥିଲେ। ସରକାରଙ୍କ ନିୟମ ମାନି ସେ କାମ କରୁଛନ୍ତି ବୋଲି ନଳିନୀ କହିଥିଲେ। କିଛି ନ ବୁଝି ଆହୁରି ଗାଳି ଗୁଲଜ କରିିଥିଲେ ଏହି ଦୁଇଜଣ। ନଳିନୀ ତାଙ୍କ ବିରୋଧ କରିବାରୁ ଦୁଇଜଣ ମିଶି ସଙ୍ଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।

   Related Posts