କରୋନା ଟେଷ୍ଟିଂ ଡାକ୍ତରୀ ଟିମ୍ ଉପରେ ଆକ୍ରମଣ

Published By : Prameya-News7 Bureau | April 18, 2020 IST

ପଲସିଆ୧୮/୪: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା । କରୋନା ଟେଷ୍ଟିଂ ପାଇଁ ଯାଇଥିବା ଡାକ୍ତରୀ ଟିମ୍ ଉପରେ ଆକ୍ରମଣ ହୋଇଛି । ପଲସିଆ ଥାନା ବିନୋବା ନଗରର ଅଞ୍ଚଳକୁ କରୋନା ସର୍ଭେ ପାଇଁ ଯାଇଥିବା ଟିମ୍  ଉପରେ ଆକ୍ରମଣ ହୋଇଛି। ଟିମ୍ ରେ ଡାକ୍ତର,  ଶିକ୍ଷକ, ପାରାମେଡିକାଲ ଷ୍ଟାଫ୍ ଏବଂ ଆଶା କର୍ମୀ ଥିଲେ। ଆକ୍ରମଣକାରୀ ସ୍ଥାନୀୟ ଅଞ୍ଚଳର ଜଣେ ଗୁଣ୍ଡା ବୋଲି ଜଣାପଡ଼ିଛି। 

ଟିମ୍‌ରେ ଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଚାପୁଡ଼ା ଓ ପଥର ମାରିବା ସହିତ ତାଙ୍କ ମୋବାଇଲକୁ ଭାଙ୍ଗିଦେଇଛନ୍ତି ଆକ୍ରମଣକାରୀ। ଅନ୍ୟ ୩ ଜଣଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଇନ୍ଦୋରରେ ଗତ ୧୫ ଦିନ ଭିତରେ ମେଡିକାଲ ଟିମ୍ ଉପରେ ଏହା ତୃତୀୟ ଆକ୍ରଣଣ । ଦେଶରେ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଛି, ଯାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡିବ । ଏଭଳି ଅସାମାଜିକ ତତ୍ବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.