ଛେଚା ଖାଇଲେ କମେଡି ମାଷ୍ଟର

Published By : Prameya-News7 Bureau | June 16, 2020 IST

ଟାଙ୍ଗୀ୧୬/୬: ଦେଶର ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଯବାନ ଛୁଟି କଟାଇବା ପାଇଁ ନିଜ ଘରକୁ ଆସିଥିଲେ। ଏହି ଯବାନ ଜଣଙ୍କ କମେଡି ମ୍ୟାନ୍ ସୁରଜ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ କରି ବିଭିନ୍ନ ସାଙ୍ଗଙ୍କକୁ ନେଇ କମେଡି କରିଥିଲେ। ଆଜି ଟାଙ୍ଗୀ ଥାନା ଅଧିନସ୍ଥ ଜାତୀୟ ରାଜପଥରେ କମେଡି ଭିଡିଓ ସୁଟିଙ୍ଗ କରୁଥିଲେ । ଏହି ସମୟରେ କିଛି ଯୁବକ ଏବଂ କମେଡି ମାଷ୍ଟର ସୁରଜଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ ତାପରେ ସଙ୍ଘବନ୍ଧ ହୋଇ ଯୁବକମାନେ କମେଡି ମାଷ୍ଟର ସୁରଜଙ୍କୁ ନିର୍ଧୁମ ଛେଚିଥିଲେ। ଖବର ପାଇବା ପରେ ଟାଙ୍ଗୀ ପୋଲିସ ସୁରଜଙ୍କୁ ଉଦ୍ଧାର କରିଥିଲେ।

ଏହାସହ ଆକ୍ରମଣ କାରୀଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ୍ ଗିରଫ କରିଛି। ସୁରଜ କୁମାର ଜେନାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମରେ । ସେ CRPF ଯବାନ ଭାବେ କାର୍ଯ୍ୟରତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.