ବିଜେଡି ନେତ୍ରୀଙ୍କୁ ଆକ୍ରମଣ: ଉଭୟ ପକ୍ଷରୁ ଥାନାରେ ଏତଲା

Published By : Prameya-News7 Bureau | August 03, 2020 IST

ନୀଳଗିରି୩/୮: ନୀଳଗିରିରେ ଜଣେ ନାରୀ ନେତ୍ରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି କାର୍ଯ୍ୟକାରିଣୀ ସଦସ୍ୟା ପ୍ରତୀକ୍ଷା ସିଂ ଔପଦା ବ୍ଲକ ଅଧିନ ଦକ୍ଷିଣ ନରସିଂହପୁର ପଞ୍ଚାୟତର ରାଜନଗର ଗାଁକୁ ଯାଇଥିଲେ। କିଛି ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସେ କହିଛନ୍ତି। ତାଙ୍କ ସହ ଯାଇଥିବା ସମ୍ପର୍କୀୟଙ୍କୁ ମଧ୍ୟ ମାଡ଼ ମରାଯାଇଛି। ତାଙ୍କୁ ଗୁରୁତର ଭାବେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ତାଙ୍କ ନାମରେ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅପରପକ୍ଷରେ ସେହି ତପସ୍ୱିନୀ ମଲ୍ଲିକ ପାଲଟା ତାଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଦୁଇଜଣ ଲୋକଙ୍କ ସହ ନାରୀନେତ୍ରୀ ପ୍ରତୀକ୍ଷା ଆସି ଘରେ ଡାଇରୀ, ଖାତା, ପଟ୍ଟା ,ପାଉତି ଫିଙ୍ଗିବା ସହ ତାଙ୍କ ଜାଆ ଓ ଶାଶୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରୁଥିବା ଜଣାପଡିଛ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.