Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

5/02/2019 at 7:53 PM

ଭଦ୍ରକ୫|୨: ରପଦା ଇଞ୍ଜିନିୟରିଂ କଲେଜରେ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ। ୧୫ରୁ ଉର୍ଦ୍ଧ୍ବ କର୍ମଚାରୀ ଆହତ। ଧାରଣାରୁ ଘରକୁ ଫେରୁଥିବାବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦୀଆ ନିକଟ ବରପଦା-ବାଉଦପୁର ରାସ୍ତାରେ ଏହି ଘଟଣା ଘଟିଛି।

କିଛି ଦୁର୍ବୃତ୍ତ ବସକୁ ଅଟକାଇ ଭଙ୍ଗାରୁଜା କରିବାସହ  କଲେଜ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।  ଦୀର୍ଘ ୪ ମାସ ହେଲା ଦରମା ନ ମିଳିବା ଓ କଲେଜରେ ଶହେ କୋଟି ଟଙ୍କା ଦୁର୍ନୀତିର ତଦନ୍ତ ଦାବିରେ କଲେଜର କର୍ମଚାରୀ ଭୁବନେଶ୍ବର ଲୋଅର ପିଏମଜିରେ ଧାରଣା ଦେଇଥିଲେ।

ଧାରଣାରୁ ଘରକୁ ଫେରିବା ବାଟରେ ସେମାନଙ୍କ ଉପରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଛି। ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବ ମାନେଜମେଣ୍ଟର ନିର୍ଦେଶରେ ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମା଼ଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାର ପ୍ରତିବାଦ କରି କଲେଜ କର୍ମଚାରୀ ଗ୍ରାମାଞ୍ଚଳ ଥାନା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

   Related Posts