Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଚୋରି ସନ୍ଦେହରେ ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ମାଡ, ସର୍ବସମ୍ମୁଖରେ କଚାଡ଼ି ଫୋପାଡିଲେ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

23/07/2021 at 12:19 PM

ବରଗଡ଼ ୨୩/୦୭: ପଦ୍ମପୁରର ଦିନ ଦ୍ୱିପ୍ରହରରେ ଲୋମ ଟାଙ୍କୁରା ଦୃଶ୍ୟ । ଜଣେ ବ୍ୟକ୍ତିଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ । ତା ପୁଣି ସର୍ବସମ୍ମୁଖରେ । ଏପରିକି ଗାଁ ମଝିରେ ଲୋକେ ରୁଣ୍ଡ ହୋଇ ଛିଡାହୋଇଛନ୍ତି । ଆଉ ୨ ଜଣ ଯୁବକ ପିଟାପିଟା ହେଉଛନ୍ତି । ଶେଷରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଉଠାଇ କଚି ଦେଉଛି । ଯୁବକଟି ତଳେପଡି ବୋହୋସ ହେଇଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦୃଶ୍ୟଟି ହେଉଛି ବରଗଡ ପଦ୍ମପୁର ଥାନା ଖଇରପାଳିର । ସୂଚନା ଅନୁଯାୟୀ, ପଦ୍ମପୁର ଥାନା ଖଇରପାଳିର ନକୁଳ ମେହେରଙ୍କ ଘରେ ଗୁଠୁରଲା ଗ୍ରାମର ରମେଶ ପ୍ରଧାନ ଓ ଖଇରପାଳିର ଦଳ ମେହେର କାମ କରୁଥିଲେ । ଏହି ସମୟରେ ଦଳ ମେହେର ତାଙ୍କ ମାଲିକ ଓ ରମେଶ ପ୍ରଧାନଙ୍କ କିଛି ଜିନିଷ ଚୋରି କରିଥିବା ରମେଶ ଅଭିଯୋଗ କରିଥିଲେ ।

ଫଳରେ ଏହି ଘଟଣାକୁ ନେଇ ଗାଁରେ ବିଚାର ଚାଲିଥିବାବେଳେ କମେଶ ନିଜ ଉପରୁ ନିୟନ୍ତ୍ରଣ ହରାଇ ଦଳ ମେହେରଙ୍କ ଉପରକୁ ଆକ୍ରମଣ କରିଥିଲେ । ସର୍ବ ସମ୍ମୁଖରେ ତାଙ୍କୁ ଗାଁ ଦାଣ୍ଡରେ ହାତରେ ଉଠାଇ କଚାଡ଼ି ଫୋପାଡିଥିଲେ । ଏପରିକି ଜୀବନରୁ ମାରି ଦେବାକୁ କହି ଧମକ ମଧ୍ୟ ଦେଇଥିଲେ । ଫଳରେ ଦଳ ମେହେର ଘଟଣାସ୍ଥଳରେ ଚେତା ହରାଇଥିଲେ । ଏପରିକି ତାଙ୍କର ଗୋଟିଏ ହାତ ବି ଭାଙ୍ଗିଯାଇଛି । ଏହି ସମୟରେ ଦଳ ମେହେରଙ୍କ ପରିବାର ଲୋକେ ତାଙ୍କୁ ପାଣି ମାରି ଉଠାଇଥିଲେ। ତେବେ ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

   Related Posts