ଥାନା ଆଗରେ ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

Published By : Prameya-News7 Bureau | September 15, 2021 IST

ଭୁବନେଶ୍ୱର, ୧୫/୦୯: ତମାଣ୍ଡୋ ଥାନା ଆଗରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ଦୁଇଜଣ ଦୁବୃର୍ତ୍ତ ଛୁରୀ ଏବଂ ହେଲ୍‌ମେଟ୍‌ ସାହାଯ୍ୟରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଘଟଣା ଏମ୍‌ସିଏଲ୍‌ଗଳିରେ ଘଟିଛି । ଏଥିରେ ଯୁବକ ଜଣକ ଗୁରୁତର ହୋଇଛନ୍ତି । ତାଙ୍କୁ ସଙ୍ଗେସଙ୍ଗେ ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଯୁବକ ଜଣକ ବାଲିଆପଡ଼ାର ଭରତ ସାହୁ ହୋଇଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.