Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କାଶ୍ମୀରରେ ଶାହାଙ୍କ ଉପସ୍ଥିତି ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣ, ଗ୍ରେନେଡ୍‌ ମାଡକରି ଉଡାଇଦେଲେ ପୋଲିସ ପୋଷ୍ଟ

25/10/2021 at 8:19 PM

ପୁଲଓ୍ବାମା ୨୫/୧୦ : ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୋମବାର ସନ୍ଧ୍ୟାରେ ଗ୍ରେନେଡ୍‌ ମାଡ କରିଛନ୍ତି ଆତଙ୍କବାଦୀ । ପୁଲଓ୍ବାମାର କାକପୋରା ଅଞ୍ଚଳରେ ପୋଲିସ ପୋଷ୍ଟ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି। ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ବେଳେ ପୋଲିସ ଚେକ୍‌ ପୋଷ୍ଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର ଆରମ୍ଭ ହୋଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ଜାମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ଆତଙ୍କବାଦୀକୁ ପ୍ରତିହତ କରିବା ପାଇଁ ଜାମ୍ମୁ କାଶ୍ମୀର ଗସ୍ତର ପ୍ରଥମ ଦିନରେ ଲମ୍ବା ସମୟ ଧରି ବୈଠକ କରିଥିଲେ ଶାହା । ୪ ଘଣ୍ଟା ଧରି ହୋଇଥିବା ଉକ୍ତ ବୈଠକରେ କେନ୍ଦ୍ରୀୟ ଏଜେନ୍ସିଙ୍କ ସହ ମିଶି କାମ କରିବା ପାଇଁ ବରିଷ୍ଠ ସେନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଆତଙ୍କବାଦର ମୂଳତ୍ପାଟନ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ତେବେ କଥା ହେଉଛି ଗୋଟିଏ ପଟେ ଜାମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଅନ୍ୟପଟେ ଆଜି ପୋଲିସ ଚେକ୍‌ ପୋଷ୍ଟ ଉପରେ ଗ୍ରେନେଡ୍‌ ମାଡ କରିଛନ୍ତି ଆତଙ୍କୀ ।

ଘାଟିରେ ଗତ କିଛି ଦିନ ହେଲା ଲଗାତାର ଭାବେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । କେବଳ ଭାରତୀୟ ସେନା ନୁହେଁ ସାଧାରଣ ଲୋକ ତଥା ବିଶେଷ କରି ଅଣ କାଶ୍ମୀରୀଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । କିଛିଦିନ ମଧ୍ୟରେ ୧୧ ଜଣଙ୍କୁ ଗୁଳିକରି ହତ୍ୟା କରିସାରିଲେଣି ଆତଙ୍କୀ । ଭାରତୀୟ ସେନା ପକ୍ଷରୁ ମଧ୍ୟ ମୁହଁତୋଡ ଜବାବ ଦିଆଯାଉଛି ।

   Related Posts