ପ୍ଲେ ସ୍କୁଲରେ ଛୁରି ଧରି ଆତଙ୍କ ଖେଳାଇଲା ସୁରକ୍ଷାକର୍ମୀ: ୩୭ ଶିଶୁଙ୍କ ସମେତ ୩୯ ଆହତ, ୩ଜଣଙ୍କ ଅବସ୍ଥା ଗୁରୁତର

Published By : Prameya-News7 Bureau | June 04, 2020 IST

ବେଜିଂ, ୦୪|୦୬: ଚୀନର ଗୁଆନଞ୍ଜୀ ପ୍ରାନ୍ତରେ ଜଣେ ଦୁର୍ବୃତ୍ତର ଛୁରାମାଡରେ ୩୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଛୋଟ ଶିଶୁ ମଧ୍ୟ ରହିଛନ୍ତି । ଏହି ଅଞ୍ଚଳରେ ଥିବା ଏକ ପ୍ଲେ ସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି ।

ସୂଚନାନୁସାରେ, ଗୁଆନଞ୍ଜୀ ଅଞ୍ଚଳରେ ଥିବା ଏକ ପ୍ଲେ ସ୍କୁଲକୁ ସବୁଦିନ ଭଳି ଗୁରୁବାର ମଧ୍ୟ ଛୋଟପିଲାମାନେ ଆସିଥିଲେ । ତେବେ ସ୍କୁଲରେ ଥିବା ଜମେ ସୁରକ୍ଷାକର୍ମୀ ହଥାତ ଶିଶୁମାନଙ୍କୁ ଆକ୍ରମଣ କରିଥିଲା । କେହି କିଛି ବୁଝିବା ପୂର୍ବରୁ ୩୦ରୁ ଅଧିକ ଶିଶୁ ଛୁରାମାଡରେ ଆହତ ହୋଇଯାଇଥିଲେ । ଶିଶୁମାନଙ୍କୁ ଉଦ୍ଧାର କରିବାକୁ ଆସିବା ବେଳେ ସ୍କୁଲର ୨ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଆଉଜଣେ ସୁରକ୍ଷାକର୍ମୀ ମଧ୍ୟ ରହିଛନ୍ତି ।

ଚୀନ ସେଣ୍ଟ୍ରାଲ୍ ଟିଭିର ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ସ୍କୁଲର ମୁଖ୍ୟଙ୍କ ସମେତ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଏହି ଅଞ୍ଚଳ ଦକ୍ଷିଣ ଚାଇନାରେ ଅବସ୍ଥିତ । ସ୍ଥାନୀୟ ପ୍ରଶାସନର କହିବାନୁସାରେ ଆହତଙ୍କ ମଧ୍ୟରେ ୩୭ ଜଣ ଶିଶୁ ରହିଥିବା ବେଳେ ୨ଜଣ କର୍ମଚାରୀ ରହିଛନ୍ତି । ତେବେ ଦୁର୍ବୃତ୍ତଜଣଙ୍କ କଣ ପାଇଁ ଏହି କାଣ୍ଡ ଭିଆଇଛନ୍ତି ତାହା ଜଣାପଡି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.