Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବିସ୍ଫୋରଣରେ ଥରିଲା କାବୁଲ, ମସଜିଦ ବାହାରେ ଭୟଙ୍କର ହମ୍‌ଲା : ମୃତାହତଙ୍କ ସୂଚନା ନାହିଁ

3/10/2021 at 7:04 PM

କାବୁଲ ୦୩/୧୦ : କିଛିଦିନ ବ୍ୟବଧାନରେ ପୁଣି ଥରି ଛି କାବୁଲ । ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସଜିଦ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏ ନେଇ ତାଲିବାନର ଜଣେ ପ୍ରବକ୍ତା ସୂଚନା ଦେଇଛି । ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତରେ କେତେଜଣ ମୃତାହତ ହୋଇଛନ୍ତି ତାହାର କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ତାଲିବାନ ପ୍ରବକ୍ତା ଜବିଉଲ୍ଲା ମୁଜାହିଦ ବୟାନ ଜାରି କରି କହିଛି ଯେ, କାବୁଲର ଇଦଗାହା ମସଜିଦକୁ ଟାର୍ଗେଟ୍‌ କରି ବିସ୍ଫୋରଣ ଘଟାଇଛନ୍ତି । ସେଠାରେ ତାଲିବାନର ଏକ କାର୍ଯ୍ୟକ୍ରମ ଚାଲିଥିଲା । ହଠାତ କିଛି ବ୍ୟକ୍ତି ବନ୍ଧୁକ ସହ ବୋମା ଧରି ଆସି ମସଜିଦ ବାହାରେ ବିସ୍ଫୋରଣ ଘଟାଇ ଫେରାର ହୋଇଯାଇଥି​‌ଲେ । ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

ଗତ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନ ଉପରେ କବ୍‌ଜା କରିଥିଲା ତାଲିବାନ । ଏହା ପରଠାରୁ ଦେଶର ବିଭିନ୍ନ ସ୍ଥାନ​‌ରେ ଆକ୍ରମଣ ଆରମ୍ଭ କରିଦେଇଛି ଇସଲାମିକ୍‌ ଷ୍ଟେଟ୍‌ । ଦୁଇ କଟ୍ଟର ଇସଲାମିକ ସଂଗଠନ ମଧ୍ୟରେ ଶତ୍ରୁତା ବଢିବାରେ ଲାଗିଛି । ଆମେରିକା​‌ ସୈନ୍ୟ ଆଫଗାନିସ୍ତାନରୁ ଚାଲିଯିବା ପରେ ସେଠାରେ ସ୍ଥିତି ଅସ୍ଥିର ହୋଇପଡିଛି । ହଜାର ହଜାର ସଂଖ୍ୟାରେ ନୀରିହ ଲୋକଙ୍କ ଜୀବନ ଯାଉଛି । ତାଲିବାନୀମାନେ ସରକାର ଗଠନ କରିବା ପରେ ଜନସାଧାରଣ ସୁରକ୍ଷିତ ମଣୁନାହାନ୍ତି । ତାଲିବାନୀ ବିରୋଧୀ ଗୋଷ୍ଠୀ ବାରମ୍ବାର ଆକ୍ରମଣ କରିଚାଲିଛନ୍ତି । ଯାହା ଫଳରେ ନୀରିହ ଲୋକମାନେ ହିଁ ମୃତ୍ୟୁ ମୁଖରେ ପଡୁଛନ୍ତି ।

   Related Posts