ଥାନା ପରିସରରେ ବିଜେପି ମଣ୍ଡଳ ସଭାପତି ଓ ଗ୍ରାମବାସୀଙ୍କୁ ଆକ୍ରମଣ

Published By : Prameya-News7 Bureau | May 26, 2019 IST

ଭଦ୍ରକ ୨୬/୫: ନିର୍ବାଚନ ଫଳାଫଳ ଆସିବା ପରେ ବିଜୟୀ ବିଧାୟକଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦି ଅଭିଯୋଗ  ହୋଇଛି। ଗାଁ ରେ ଗ୍ରାମବାସୀ ଙ୍କୁ  ଦୁର୍ବ୍ୟବହାର ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଆପଣ ମାନେ ଖୁସି ତ ବୋଲି କହି କମେଣ୍ଟ ମାରିବା ସହ ପୂର୍ବତନ ସରପଞ୍ଚ ତଥା  ବିଜେପି ମହିଳା ନେତ୍ରୀଙ୍କ ଭିନ୍ନକ୍ଷମ ଝିଅଙ୍କୁ ଗାଡି ଚଢାଇ ମାରିବା  ଉଦ୍ୟମ ଅଭିଯୋଗ ଆସିଛି । ଏମିତି କି ଗ୍ରାମବାସୀ ମାନେ ଥାନାକୁ ଅଭିଯୋଗ ପାଇଁ ଯାଇଥିବା ବେଳେ ଥାନା ପରିସରରେ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଥାନାରେ ଆକ୍ରମଣ ପରେ ଗ୍ରାମବାସୀ ମାନେ ରାତିତମାମ ଥାନା ଆଗରେ ଧାରଣାରେ ବସିରହିଛନ୍ତି । ଏମିତି ଘଟଣା ଘଟିଛି  ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀ ବନ୍ତ ଥାନା ଅଞ୍ଚଳରୁ ।

{"id":116053,"width":595,"height":446}

ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀ ବନ୍ତ ଥାନାର ଟିଲୋ ମାଳିସାହି ଅଞ୍ଚଳରେ ଭଣ୍ଡାରୀପୋଖରୀ ବିଧାୟକଙ୍କ ସମର୍ଥକ ମାନେ ମଦ୍ୟପ ଅବସ୍ଥାରେ ଗାଁର ଲୋକମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବିଜେପି ମହିଳା ନେତ୍ରୀ ଙ୍କ ଭିନ୍ନକ୍ଷମ ଝିଅ କୁ ଗାଡି ଚଢାଇଦେକୁ ଉଦ୍ୟମ କରିଥିଲେ । ପରେ ମହିଳା ନେତ୍ରୀଙ୍କ ଘରକୁ ଆସି ଦୁର୍ବ୍ୟବହାର କରିବା ସମୟରେ ଗ୍ରାମବାସୀ ବିରୋଧ କରିବାରୁ ସେମାନକୁ ଆକ୍ରମଣ କରିଥିଲେ ।

{"id":116054,"width":596,"height":447}

ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ ନ ଆସିବାରୁ ଗାଁ ଲୋକେ ଏକତ୍ରିତ ହୋଇ ବନ୍ତ ଥାନାକୁ ଯାଇଥିବା ବେଳେ ଥାନା ପରିସରରେ ଗାଁ ଲୋକଙ୍କୁ ବିଧାୟକଙ୍କ ସମର୍ଥକ ମାନେ ମାଡମାରିଥିବା କହିଛନ୍ତି ଗାଁ ଲୋକେ । ଶେଷରେ ଅଭିଯୁକ୍ତ ମାନଙ୍କୁ ଧରିବା ଦାବିରେ ରାତିରେ ଥାନା ପରିସରରେ ଗ୍ରାମବାସୀମାନେ ଧାରଣା ଦେଇଥିବାବେଳେ ଧାମନଗର ଏସଡ଼ିପୀଓ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.