ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ : ବାଇକରେ ଯାଉଥିବା ବେଳେ ଭୁଜାଲି ମାଡ, ଜଣେ ବ୍ୟକ୍ତି ଗୁରୁତର

Published By : Prameya-News7 Bureau | June 17, 2020 IST

ସୋର ୧୭।୦୬: ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଜଣେ ବ୍ୟକ୍ତି ଗୁରୁତର । ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ, ଶିଶୁ କନ୍ୟା, ପୁଅ । ଏଭଳି ଏକ ଘଟଣା ଘଟିଛି ସୋର ଅନନ୍ତପୁର ଗୁଡ଼ ରାସ୍ତା ଆହାରପୁର ଛକରେ । ବାହାନଗା ବ୍ଲକ କୁରୁଡା ଗାଁର ବିଶ୍ୱରଞ୍ଜନ ଦାସ ବାଇକ ଯୋଗେ ଶ୍ବଶୁର ଘର ବାସୁଦେବପୁର ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ସାଙ୍ଗରେ ସ୍ତ୍ରୀ, ପାଞ୍ଚ ବର୍ଷର ଶିଶୁ କନ୍ୟା ଓ ଆଠ ବର୍ଷର ପୁଅ ଥିଲେ ।

ସୂଚନାଯୋଗ୍ୟ ଯେ,  ବିଶ୍ବରଞ୍ଜନଙ୍କ ବାଇକ ପଛରୁ ୨ଜଣ ଦୁର୍ବୃତ୍ତ ଆଉ ଏକ କଳାରଙ୍ଗର ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ଦୁର୍ବୃତ୍ତମାନେ ବାଇକ ଅଟକାଇବାରୁ ଭୟରେ ସ୍ତ୍ରୀ, ଶିଶୁ କନ୍ୟା ଓ ପୁଅ ଗାଡିରୁ ଓହ୍ଲାଇ ପଡ଼ିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଶ୍ୱରଞ୍ଜନଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ବିଶ୍ବରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.