Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ବାଲି ମାଫିଆଙ୍କ ଦୌରାତ୍ମ୍ୟ : ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଢେଲା ମାଡ କରି ଛଡେଇ ନେଲେ ଟ୍ରାକ୍ଟର, ଆସିଲାନି ପୋଲିସ

11/06/2020 at 7:52 AM

ନୀଳଗିରି ୧୧।୦୬: ବାଲି ମାଫିଆଙ୍କ ଦୌରାତ୍ମ୍ୟ । ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ । ନୀଳଗିରି ତହସିଲ ଅଧିନ କାଠପାଳ ପୁନଦାଳ ଦେଇ ଯାଇଥିବା ସୋନାନଦୀ ପଠାରୁ ବେଆଇନ ବାଲି ଚାଲାଣକୁ ରୋକିବାରୁ ଦୁଇ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ବାଲି ମାଫିଆ । ଦୁଇ ଦିନ ତଳେ କାଠପାଳ ଅଞ୍ଚଳରୁ ୨ଟି ଟ୍ରକ, ୩ଟି ଟ୍ରାକ୍ଟର ଓ ଗୋଟିଏ ଲୋଡର ମେସିନ ଜବତ କରିଥିଲେ ତହସିଲଦାର ।

ଗତକାଲି ରାତିରେ ପୁନଦାଳ ଅଞ୍ଚଳରେ ବାଲି ଚୋରି ହେଉଥିବା ଖବର ପାଇ ନୀଳଗିରି ତହସିଲଦାର କିଛି ପୋଲିସ ନେଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ଦୁଇଟି ଡମ୍ଫର, ଗୋଟିଏ ଲୋଡର ଏବଂ ଗୋଟିଏ ଜେସିବି ମେସିନ ମଧ୍ୟ ଜବତ କରିଥିଲେ । ତହସିଲଦାର ଓ ପୋଲିସ ଫୋର୍ସ ଦେଖି କିଛି ଟ୍ରାକ୍ଟର ଛତ୍ରଭଙ୍ଗ ଦେଇଥିଲେ ।ତେବେ କିଛି ବାଲିମାଫିଆ ଏବଂ ଗ୍ରାମବାସୀ ମିଶି ଘଟଣାସ୍ଥଳରେ ତହସିଲଦାରଙ୍କୁ ବିରୋଧ କରିବା ସହ ଅଟକ ରଖିଥିଲେ ।

ଘଟଣା ନେଇ ତହସିଲଦାର ନୀଳଗିରି ଥାନା ଅଧିକାରୀଙ୍କୁ ଫୋନ କରି ସହାୟତା ମାଗିଥିଲେ ମଧ୍ୟ  ରୋକଠୋକ ମନା କରିଦେଇଥିଲେ ଥାନା ଅଧିକାରୀ । ଏପରିକି ଉପଜିଲ୍ଲାପାଳ ଥାନା ଅଧିକାରୀଙ୍କୁ କହିବା ପରେ ମଧ୍ୟ ସଂପୃକ୍ତ ଥାନା ଅଧିକାରୀ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଇନଥିବା ଅଭିଯୋଗ ହୋଇଛି । ତେଣୁ ଶେଷରେ ବାଧ୍ୟ ହୋଇ ନିଜେ ଉପଜିଲ୍ଲାପାଳ ଯାଇଥିଲେ ମଧ୍ୟ ଜବତ ଗାଡ଼ି ଗୁଡ଼ିକୁ ବାଲି ମାଫିଆ ଛଡ଼ାଇ ନେବା ସହିତ ପ୍ରଶାସନିକ ଅଧିକାରୀଙ୍କ ଉପରକୁ ଢ଼େଲାପଥର ମାଡ଼ କରିଥିଲେ ।

   Related Posts