ବନ୍ଧୁକ ଦେଖାଇ ବାପା ଓ ପୁଅଙ୍କ ଠାରୁ ଲୁଟ୍ , ଥାନାରେ ଏତଲା

Published By : Prameya-News7 Bureau | September 10, 2020 IST

ନୀଳଗିରି୧୦।୦୯: ରାସ୍ତାରେ ବନ୍ଧୁକ ଦେଖାଇ ବାପା ଓ ପୁଅଙ୍କ ଠାରୁ ଲୁଟ୍‌ । ବାଲେଶ୍ୱର ଜିଲ୍ଲା ସେରଗଡ଼ ନିକଟରେ ଘଟିଛି ଘଟଣା । ଏନେଇ ଥାନାରେ ଏକ  ମାମଲା ମଧ୍ୟ ରୁଜୁ ହୋଇଛି । ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରେମୁଣା ବ୍ଲକ ଖନ୍ତାପଡା ଥାନା  ଭୂଇଁପଡା ଗାଁର ପଦ୍ମଲୋଚନ ବାରିକଙ୍କର ସେରଗଡ଼ ହସ୍ପିଟାଲ ରୋଡ଼ରେ ଗୋଟିଏ ଷ୍ଟେସନାରୀ ଓ ମୋବାଇଲ ଦୋକାନ ରହିଛି । ତେବେ ଗତକାଲି ରାତି ୯ଟା ସମୟରେ ପଦ୍ମଲୋଚନ ଓ ତାଙ୍କ ପୁଅ ରାଜକିଶୋଇ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିଲେ । କିନ୍ତୁ ଏହି ସମୟରେ ସାଆନ୍ତା ଛକରେ ଥିବା ସ୍କୁଲ ନିକଟରୁ ଗୋଟିଏ ବାଇକ ସାମ୍ନା ପଟୁ ଆସି ସେମାନଙ୍କୁ ଅଟକାଇଥିଲେ । ବାପା ଓ ପୁଅ ପଛ ପଟେ ଯିବାକୁ ଚେଷ୍ଟା କରିବା ଦ୍ୱାରା ପଛରୁ ଆସି ଗୋଟେ ବାଇକ୍‌ରେ ଆସି ଅଟକାଇଥିଲା । ଦୁର୍ବୃତ୍ତମାନେ ମାଡ଼ ମାରିବା ସହ କଟୁରି ଓ ବନ୍ଧୁକକୁ  ମୁଣ୍ଡ ଓ ଛାତିକୁ ଲଗାଇଥିଲା ।

ଦୁର୍ବୁତ୍ତ ମାନେ ସ୍କୁଟିର ଡିକି ଖୋଲିବାକୁ କହିଥିଲେ। ସେମାନେ ପ୍ରତିବାଦ କରିବାରୁ ଆରମ୍ବ କରିଥିଲେ ମରଣାନ୍ତକ ଆକ୍ରମଣ। ଜୋରଜବରଦସ୍ତ ଡିକି ଭାଙ୍ଗିଦେଇଥିଲା ଦୁର୍ବୃତ୍ତ, ସେଥିରୁ କିଛି ନପାଇବାରୁ ପାଖରେ ଥିବା ୩ଟି ମୋବାଇଲ ଓ ୫୦୦ ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ସ୍କୁଟି ଚାବି ନପାଇବାରୁ  ଗାଡିଟିକୁ ନେଇ ପାରିନଥିଲେ।

ରକ୍ତାକ୍ତ ଅବସ୍ଥାରେ ବାପ ଓ ପୁଅ ପାଟି କରିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡି ପଳାଇଥିଲେ । ଖବର ପାଇ ସେରଗଡ଼ ଫାଣ୍ଡିରୁ ପୋଲିସ ଘଟଣା ସ୍ଥଳରୁ ଦୁଇଟି ଅଫୁଟା ଗୁଳି ଓ କଟୁରି ଜବତ କରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ବ ହୋଇଛି। ଏହାପୂର୍ବରୁ ମଧ୍ୟ ବାପା ଓ ପୁଅଙ୍କ ଆକ୍ରମଣ ହୋଇଥିଲା ।  ଦୁଇ ଦୁଇ ଥର ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସର ହାତ ଖାଲି ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.