ଚଢାଉ ବେଳେ ମାଡ଼, ଅତିରିକ୍ତ ତହସିଲଦାରଙ୍କ ଗାଡି ଭଙ୍ଗାରୁଜା ସହ ଆକ୍ରମଣ !

Published By : Prameya-News7 Bureau | June 08, 2021 IST

ନିଶ୍ଚିନ୍ତକୋଇଲି ୦୮।୦୬: ଚଢାଉ ବେଳେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ । ବେଆଇନ୍‌ ଇଟାଭାଟି ଉପରେ ଚଢାଉ ବେଳେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ଆସିଛି । କଟକ ଜିଲ୍ଲା ମାହାଙ୍ଗା ପଞ୍ଚାୟତ ପର୍ଶୁରାମପୁର ଗାଁର ଘଟଣା ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ମାହାଙ୍ଗା ପଞ୍ଚାୟତ ପର୍ଶୁରାମପୁର ଅଞ୍ଚଳରେ ବେଆଇନ୍‌ ଭାବେ ଇଟାଭାଟି ଚାଲିଥିଲା । ଯାହାର ଖବର ବେଆଇନ୍‌ ଇଟାଭାଟିରେ ଚଢାଉ କରିବା ପାଇଁ ଅତିରିକ୍ତ ତହସିଲଦାର ଟିମ୍‌ ନେଇ ଯାଇଥିଲେ । କିନ୍ତୁ ଚଢାଉ କରିବା ସମୟରେ ସେଠାରେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ତହସିଲଦାରଙ୍କ ଗାଡିକୁ ଭାଙ୍ଗିବା ସହ ଆକ୍ରମଣ କରିଛନ୍ତି ଇଟା ମାଫିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.