ମହାକାଳପଡା: ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା, ଅଭିଯୁକ୍ତର ଘରକୁ ଭଙ୍ଗାରୁଜା ଉତ୍ତ୍ୟକ୍ତ ଲୋକେ

Published By : Prameya-News7 Bureau | January 18, 2021 IST

ମହାକାଳପଡା୧୮/୧:  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା। ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତର ଘର ଭଙ୍ଗାରୁଜା କରିବା ସହିତ ପୋଡା ଜଳା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ରାତିରେ ସୌରଭ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିଲା। ଏ ସଂପର୍କରେ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ ମଧ୍ୟ ହୋଇଛି।  ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ସ୍ଥାନର କରାଯାଇଥିଲା। ଯୁବକ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମୃତ୍ୟୁ ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତର ଘର ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି। ଘଟଣାସ୍ଥଳରେ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଉପସ୍ଥିତ ରହି ଘଟଣା  ଉପରେ ନଜର ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.