ପାନ-ସିଗାରେଟ୍ ମାଗି ଦୋକାନୀଙ୍କୁ ଆକ୍ରମଣ, କଟୁରୀର ଆଘାତ ବାଜି ଗୁରୁତର

Published By : Prameya-News7 Bureau | February 23, 2021 IST

ଜଳେଶ୍ୱର ୨୩।୦୨: ପାନ ଦୋକାନୀକୁ କଟୁରୀରେ ଆକ୍ରମଣ । ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ହୀରାପୁର ଗାଁର ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ରାତି ସମୟରେ ୨ଜଣ ଦୁର୍ବୃତ୍ତ ପାନ ଦୋକାନକୁ ଆସି ସିଗାରେଟ୍‌ ମାଗିଥିଲା । କିନ୍ତୁ ସିଗାରେଟ୍‌ ମାଗିବା ପରେ ସେମାନେ ହଠାତ୍‌ ଦୋକାନୀକୁ ଆକ୍ରମଣ କରିଥିଲେ । ଏପିରିକି ଦୋକାନୀଙ୍କ ଠାରୁ ଟଙ୍କା ଓ ମୋବାଇଲ୍‌ ଛଡାଇନେଇଥିଲା । ଏହାପରେ ଦୋକାନୀଙ୍କ ମୁଣ୍ଡକୁ ମାରଣାସ୍ତ୍ର ସହାୟତାରେ ଆକ୍ରମଣ କରିଥିଲା । ତେବେ ଆହତ ହୋଇଥିବା ଦୋକାନୀଙ୍କ ନାମ ହିମାଂଶୁ ସିଂହ ବୋଲି ଜଣାପଡିଛି । ତାଙ୍କ ଘର ନିକଟରେ ଥିବା ହୀରାପୁର ଗାଁ ବୋଲି ସୂଚନା ରହିଛି । ସେପଟେ ଆହତ ପାନ ଦୋକାନୀଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.