ଯାଜପୁରରେ ପୁଣି ଜଣେ ଶିକ୍ଷୟତ୍ରୀଙ୍କୁ ହତ୍ୟା, ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | July 09, 2020 IST

ଯାଜପୁର ୦୯।୦୭: ଯାଜପୁରରେ ପୁଣି ଟାର୍ଗେଟରେ ଶିକ୍ଷୟତ୍ରୀ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଉ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଗୁରୁବାଦର ଦିନ ଦ୍ୱିପହରରେ ଯାଜପୁରର ରାଛିପୁର ଛକ ନିକଟରେ ଘଟିଛି । ପ୍ରକାଶଯୋଗ୍ୟ ଯେ,  ଗତକିଛି ଦିନ ତଳେ ଜିଲ୍ଲାରେ  ଜଣେ ଶିକ୍ଷୟତ୍ରୀଙ୍କ ଘରେ ପଶି ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଶିୟୟତ୍ରୀ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଥିଲା । ଘଟଣାରି କିଛି ଦିନ ପରେ ପୁଣି ଜଣେ ଶିକ୍ଷୟତ୍ରୀଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

{"id":298179,"sizeSlug":"large"}

ଯାଜପୁରରେ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଯାଜପୁର ସ୍ଥିତ ରାଛିପୁର ଛକ ନିକଟରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ରାଛିପୁର ଛକ ନିକଟ ରାସ୍ତାରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଇଛନ୍ତି ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କିନ୍ତୁ ମହିଳାଙ୍କୁ ଉଦ୍ଧାର କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।   ମୃତ ମହିଳା ଜଣଙ୍କ ନଟପଡ଼ା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.