ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଠେଙ୍ଗା-ଭୁଜାଲି-ଖଣ୍ଡା ଧରି ଭାଙ୍ଗିଲେ ଏକାଧିକ ଗାଡି

Published By : Prameya-News7 Bureau | June 17, 2021 IST

ଭୁବନେଶ୍ବର ୧୭।୦୬: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଲେନ-୩ରେ ଏକାଧିକ ଗାଡି ଭାଙ୍ଗିଲେ ଦୁର୍ବୃତ୍ତ । ବୁଧବାର ବିଳମ୍ବିତ ରାତିରେ ୮ରୁ ୧୦ ଜଣ ହାତରେ ଠେଙ୍ଗା, ଭୁଜାଲି ଓ ଖଣ୍ଡା ଧରି ଭଙ୍ଗାରୁଜା କରିଛନ୍ତି । ଦୁର୍ବୃତ୍ତମାନେ ଭୁବନେଶ୍ୱର ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଲେନ୍‌-୩ରେ ଏକାଧିକ ଗାଡି ଭାଙ୍ଗିଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ କାର୍ ଓ ବାଇକ ଗୁଣ୍ଡ ହୋଇଯାଇଛି । ତେବେ କଣ ପାଇଁ ଏପରି ଭଙ୍ଗାରୁଜା ହୋଇଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

{"id":467264,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.