Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପୂର୍ବଶତ୍ରୁତାରୁ ତୁମୂଳକାଣ୍ଡ : ଘରେ ପଶି ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି

23/10/2021 at 9:08 AM

ଭୁବନ ୨୩।୧୦: ପୂର୍ବ ଶତୃତାକୁ ନେଇ ତୁମୁଳକାଣ୍ଡ । ଘରେ ପଶି ସଙ୍ଗବଦ୍ଧ ଭାବେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ବାପ-ପୁଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ ଘଟିଛି ଏପରି ଘଟଣା । ବାଲି ଘାଟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଖବର ଅନୁଯାୟୀ,  ଗତକାଲି ରାତି ପ୍ରାୟ ୯ଟା ସମୟରେ ସର୍ବେଶ୍ବର ବାରିକ ୫୬ ବର୍ଷ ଘରେ ବସି ଟିଭି ଦେଖୁଥିବା ସମୟରେ ଗାଁର ପ୍ରତାପ ବେହେରା ଓ ତାର ସାଥୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ ।  ସର୍ବେଶ୍ବର ବାରିକ ଓ ତାଙ୍କ ପୁଅ ସଞ୍ଜୀବ (୨୩ ବର୍ଷ) ଙ୍କୁ ମରଣାନ୍ତକ ଆକ୍ରମଣ କରି ପ୍ରତାପ ଓ ତାର ସାଥୀମାନେ ଫେରାର ହୋଇଥିଲେ । ଗୁରୁତର ଅବସ୍ଥାରେ ବାପ-ପୁଅଙ୍କୁ ପରିବାର ଲୋକେ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତର ବାପ-ପୁଅଙ୍କୁ କଟକ ସ୍ଥାନାନ୍ତର କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ପ୍ରତାପ ବେହେରା ଓ ତାର ସାଥୀମାନେ ଏବେବି ଫେରାର ଥିବା ଜଣାପଡିଛି ।

   Related Posts