Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସରପଞ୍ଚଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ , ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

2/01/2021 at 11:54 AM

ଭଦ୍ରକ ୦୨।୦୧ : ସରପଞ୍ଚଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ । ରାତିରେ ଘରକୁ ଫେରିବା ବେଳେ ସଙ୍ଗବଦ୍ଧ ଭାବେ ଆକ୍ରମଣ କରାଯାଇଛି । ଏହାସହ ଗାଡିକୁ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଆକ୍ରାମଣକାରୀ ମାନେ ସରପଞ୍ଚଙ୍କ ଘରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଆକ୍ରମଣରେ ଗୁରୁତର ହୋଇଥିବା ସରପଞ୍ଚଙ୍କ ବାପାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।  

ଖବର ଅନୁଯାୟୀ,  ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ରଣଜୀତ ପଞ୍ଚାୟତର ସରପଞ୍ଚ ମନୋଜ ନାୟକଙ୍କ ବାପା ଅନନ୍ତ କିଶୋର ନାୟକ ରାତିରେ ଘରକୁ ଫେରୁଥିଲେ । ହଠାତ୍‌ ଏହି ସମୟ ଦୁର୍ବୁତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଗାଡିକୁ ଭାଙ୍ଗି ଦେଇଥିଲେ । ଏହାପରେ ପୁଣି ସରପଞ୍ଚଙ୍କ ଘରକୁ ଆସି ପରିବାର ଲୋକଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ଆସିଛି । ଏନେଇ ଭଣ୍ଡାରୀପୋଖରୀ ଥାନାରେ ଲିଖିତ ଭାବେ ଏତଲା ହୋଇଛି । ଗୁରୁତର ଭାବେ ଅନନ୍ତଙ୍କୁ ପ୍ରଥମେ ଭଣ୍ଡାରୀପୋଖରୀ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଥାନା  ଏତଲା ପରେ ବି କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ।

   Related Posts