Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଘରୁ ଗଲେନି ବୋଲି ଶାଶୂଙ୍କୁ ପିଟିଲେ ଜ୍ୱାଇଁ ଓ ସମୁଦି, ଡିସିପି ଅଫିସରେ ଅଭିଯୋଗ କଲେ ପତ୍ନୀ

4/03/2021 at 3:04 PM

ଭୁବନେଶ୍ୱର ୦୪।୦୩ : ପାରିବାରିକ କଳହର କରୁଣ ପରିଣତି ।  ଜ୍ୱାଇଁ ଓ ସମୁଦି ମିଶି ଖଣ୍ଡା ଏବଂ କଟୁରିରେ ଶାଶୂଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଗୁରୁତର ମହିଳା (ତପସ୍ୱିନୀ ଦାସଙ୍କ ମା’ ମୀରା ଦାସ) ଥାନାରେ ଅଭିଯୋଗ କରିଥିଲେ। ତେବେ ସ୍ଥାନୀୟ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ଶେଷରେ ତପସ୍ୱନୀ ଡିସିପି ଅଫିସରେ ଦ୍ୱାରସ୍ଥ ହୋଇଛନ୍ତି । ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ପୁରୀ ସହର ବାସେଳିସାହିର ତପସ୍ୱିନୀ ଦାସ (୨୬) ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଚିତ୍ତରଞ୍ଜନ ଦାସ(୩୦)ଙ୍କୁ ୪ବର୍ଷ ତଳେ ବିବାହ କରିଥିଲେ । ବିବାହ ବେଳେ ଦାବି ମୁତାବକ ଯୌତୁକ ଦେଇଥିଲେ ତପସ୍ୱିନୀଙ୍କ ପରିବାର । କିନ୍ତୁ ପରେ ଅଧିକ ଯୌତୁକ ଆଣିବାକୁ ପରିବାର ଲୋକେ ଚାପ ପକାଉଥିଲେ । ଶେଷରେ ତପସ୍ୱିନୀଙ୍କ ମା’ ଝିଅକୁ ନିଜ ଘରକୁ ନେଇ ଯାଇଥିଲେ । କିଛି ଦିନ ପରେ ବୁଝାମଣା ହୋଇ ତପସ୍ୱିନୀ ସ୍ୱାମୀଙ୍କ ପାଖକୁ ଫେରିଥିଲେ । ହେଲେ ଚିତ୍ତରଞ୍ଜନ ବାରମ୍ୱାର ତପସ୍ୱିନୀକୁ ଧମକଚମକ ଦେଉଥିଲେ । ଭୟ ପାଇ ତପସ୍ୱିନୀଙ୍କ ତାଙ୍କ ମାଙ୍କୁ ଗୌରୀ ନଗରସ୍ଥିତ ଘରକୁ ଡାକିଥିଲେ।

ତେବେ ମଙ୍ଗଳବାର ରାତିରେ ସ୍ୱାମୀ ଚିତ୍ତରଞ୍ଜନ, ଶ୍ୱଶୁର ସୁରେନ୍ଦ୍ର ଏବଂ ଦେଢ଼ଶୁର ବିଶ୍ୱରଞ୍ଜନ ମିଶି ଗୌରୀନଗରସ୍ଥିତ ଘରୁ ତପସ୍ୱିନୀ ଓ ମୀରାଙ୍କୁ ତଡ଼ିଦେବା ଲାଗି ଯୋଜନା କରିଥିଲେ । ଏହାକୁ ବିରୋଧ କରିବାରୁ ମୀରାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ମୀରାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏନେଇ ତପସ୍ୱିନୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ଡିସିପିଙ୍କ କାର୍ଯ୍ୟାଳୟରେ ଏନେଇ ଅଭିଯୋଗ ହୋଇଛି । ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ତପସ୍ୱିନୀ ଦାବି କରିଛନ୍ତି । ପୂର୍ବରୁ ତପସ୍ୱିନୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁରୀ ବାସେଳି ସାହି ଥାନା ପୁଲିସ ଚିତ୍ତରଞ୍ଜନଙ୍କୁ ଗିରଫ କରିଥିଲା ।

   Related Posts