Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଗାଁ ଦାଣ୍ଡରେ ଲହୁଲୁହାଣ, ଝିଆରୀ ଜ୍ୱାଇଁର ଆକ୍ରମଣରେ ଖୁଡ଼ିଶାଶୁ ସହ ତିନି ଆହତ

11/10/2021 at 2:14 PM

ବାଙ୍କି ୧୧।୧୦: ବାଙ୍କି ଥାନା ନୂଆ ଓସ୍ତିଆ ଗାଁରେ ଅଭାବନୀୟ ଘଟଣା । ଝିଆରୀ ଜ୍ୱାଇଁର ଭୁଜାଲି ଆକ୍ରମଣରେ ଖୁଡିଶାଶୁ ସହ ୩ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଦାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏତଲା ପରେ  ଆକ୍ରମଣକାରୀ ଜ୍ୱାଇଁଙ୍କୁ ଏବେ ଥାନାରେ ଅଟକ ରଖିଛି ପୋଲିସ । ତାଙ୍କ ଠାରୁ ବାଇକ୍‌ ଓ ଭୁଜାଲି ଜବତ ହୋଇଛି ।

ଖବର ଅନୁଯାୟୀ, ରବିବାର ଦିନ ଅପରାହ୍ନ ସମୟରେ କଦଳିବାଡ଼ି ଗାଁରେ ଝିଆରୀ ଜ୍ୱାଇଁ ପପୁ ରାଉତ ପାରିବାରିକ କଳହକୁ ନେଇ ହଠାତ୍‌ ଭୁଜାଲି ଧରି ନିକଟସ୍ଥ ନୂଆ ଓସ୍ତିଆରେ ଗାଁର ପହଞ୍ଚିଥିଲେ । ସେଠାରେ ରହୁଥିବା ତାଙ୍କର ଖୁଡିଶାଶୁଙ୍କ ଘରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳି ଗୁଳଦ କରିଥିଲେ । ଏହାପରେ ଖୁଡିଶାଶୁଙ୍କ ଘରୁ ଟାଣିନେଇ ଭୁଜାଲିରେ ହାଣିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମହିଳା ଜଣଙ୍କ ହାତ ଦେଖାଇ ନିଜକୁ ବଞ୍ଚାଇଥିଲେ । ଠିକ୍‌ ଏହି ସମୟରେ ଗାଁର ସଂପର୍କୀୟ ପୁତୁରାମାନେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ । ଶେଷରେ ସେମାନ ମଧ୍ୟ ଆହତ ହୋଇଥିଲେ ।

ଏହାପରେ ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇ ଅଟକ ରଖିଛି ।ତେବେ ଏହି ଆକ୍ରମଣରେ ଖୁଡିଶାଶୁର ହାତ କଟି ଯାଇଥିବା ବେଳେ ସେ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଦେହ ସୁସ୍ଥ ଥିବା ମଧ୍ୟ ଜଣାପଡିଛି । ଅନ୍ୟପଟେ ତିନି ଆହତ ପୁତୁରା ମଧ୍ୟ ଚିକିତ୍ସା ପରେ ସୁସ୍ଥ ଅଛନ୍ତି । ହେଲେ ଆହତଙ୍କ ପରିବାର ଲୋକଙ୍କ ଅଭିଯୋଗ ଏବେବି ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣକାରୀଙ୍କ ପକ୍ଷରୁ ଧମକ ଆସୁଛି । ପୋଲିସ ସଠିକ ତଦନ୍ତ କରି ଆହତଙ୍କ ପରିବାର ତଥା ଖୁଡ଼ିଶାଶୁଙ୍କୁ ନ୍ୟାୟ ଦେବାକୁ ଦାବି ହେଉଛି। ଖୁଡ଼ିଶାଶୁ ଜଣକ ଅଙ୍ଗନବାଡ଼ିର କର୍ମୀ । ସେ ଅଙ୍ଗନବାଡିରେ କାମ କରି ପେଟ ପୋଷନ୍ତି । ଗାଁ ଦାଣ୍ଡରେ ଏଭଳି ଘଟଣା ଘଟିବାକୁ ନେଇ ସ୍ଥାନୀୟବାସୀ ନିନ୍ଦା ପ୍ରକାଶ କରିଛନ୍ତି ।

   Related Posts