Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କଳି କରୁଥିଲେ ଭାଇ-ଭଉଣୀ, ବୁଝାଇବାକୁ ଆସିଲେ ବାପା ; କ୍ଲାଇମାକ୍ସରେ ପୁଅ ମାଡ଼ରେ ହେଲେ ଆହତ

8/01/2021 at 9:34 AM

ବାଲିପାଟଣା ୦୮।୦୧ : ଦିନ ଯେଉଁ ପୁଅକୁ ହାତ ଧରି ଚାଲିବା ଶିଖାଇଥିଲା ବାପା । ଆଜି ପୁଅ ବଡ ହେଲା ପରେ ନିଜ ବାପାକୁ ଆକ୍ରମଣ କରିବାକୁ ବି ପଛେଇଲାନି । ପୁଅ ବୁଝିଲାନି ବାପାର ମୁଲ୍ୟ । ବାପାକୁ କାଠ ଫାଳିଆରେ ଆକ୍ରମଣ କରିଛି ପୁଅ । ଗୁରୁତର ଅବସ୍ଥାରେ ବାପା ପ୍ରକାଶ ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଅ ରାକେଶକୁ ବାଲିପାଟଣା ପୋଲିସ୍ ଅଟକ ରଖିଛି। ବାଲିପାଟଣା ଥାନା ବାଘବରାହିପାଟଣା ଗାଁରେ ଘଟିଛି ଘଟଣା ।  

ଖବର ଅନୁଯାୟୀ, କୌଣସି କାରଣରୁ ପ୍ରକାଶ ସାହୁଙ୍କର ପୁଅ – ଝିଅ ମଧ୍ୟରେ  କଳି ଲାଗିଯାଇଥିଲା । ବାପା ଉଭୟଙ୍କ ମଧ୍ୟରେ ଲାଗିଥିବା କଳିକୁ ସମାଧାନ କରିବା ପାଇଁ ଆସିଥିଲେ । ଏପରିକି ପୁଅକୁ ତାଗିଦ୍ କରିବାରୁ ସେ ରାଗିଯାଇଥିଲା ,ଏବଂ ପୁଅ ରାକେଶ ବାପାଙ୍କ ବେକକୁ ଏକ ତୀକ୍ଷଣ କାଠରେ ଭୁଷି ଦେଇଥିଲା । ଯାହାଫଳରେ କି ପ୍ରକାଶ ଗୁରୁତର ହୋଇଯାଇଥିଲେ । ଏପିରିକି ପ୍ରକାଶଙ୍କ ବେକାର କାଠଟି ପଶିଯିବାରୁ ପ୍ରବଳ ରକ୍ତ ବାହାରିଥିଲା । ପ୍ରକାଶଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବାଲିପାଟଣା ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ପୋଲିସ ଅଭିଯୁକ୍ତ ପୁଅ ରାକେଶକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

   Related Posts