ଅତର୍କିତ ଆକ୍ରମଣ, ଦୁର୍ବୁତ୍ତଙ୍କ ପଥର ମାଡ଼ରେ ଗାଡି ଚାଳକ ଲହୁ ଲୁହାଣ

Published By : Prameya-News7 Bureau | July 26, 2020 IST

ଅନୁଗୋଳ ୨୬।୦୭: ଦୁର୍ବୁତ୍ତଙ୍କ ପଥର ମାଡ଼ରେ ଲହୁ ଲୁହାଣ ହେଲେ ବୋଲେର ଡ୍ରାଇଭର । ଦୁର୍ବୃତ୍ତ ମାନେ ବୋଲେରେ ଭଙ୍ଗାରୁଜା କରିଥିବା ବେଳେ ଗାଡି ଚାଳକଙ୍କ ଆଖି ଆଉ ମୁହଁରେ ଶକ୍ତ ଆଘାତ ଲାଗିଛି । ବାଗଡ଼ିଆ ଖମାର ଆମ୍ବବୁରୀ ଠାରେ ଏହି ଘଟଣା ଘଟିଛି ।

{"id":305552,"sizeSlug":"large"}

ନୂଆଗାଁରୁ ତାଳଚେର ସୁନାଖଣିକୁ ଏକ ଦମ୍ପତି ରାତିରେ ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ଅତର୍କିତ ଭାବେ ପଥର ମାଡ଼ କରିଥିଲେ । ଡ୍ରାଇଭରଙ୍କ ମୁଣ୍ଡ ଆଉ ଆଖିରେ ପଥର ବାଜିଥିଲା । ଫଳରେ ସେ ଗାଡିର ଷ୍ଟେରିଂ ଛାଡି ଦେଇଥିଲେ । ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପଳାଇ ଯାଇଥିଲା । କରୋନା ଯୋଗୁଁ କାହାଘରେ ନ ରହିବାକୁ ମନସ୍ତ କରି ରାତ୍ରି ଭୋଜନ ପରେ ଝିଅ ଘରୁ ତାଳଚେର ଫେରୁଥିଲେ ଭାଗିରଥୀ ମହାରଣା ଓ ତାଙ୍କ ପତ୍ନୀ । ଖବର ପାଇ ବାଗଡ଼ିଆ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ କିଏ ଓ କାହିଁକି ପଥର ମାଡ଼ କରିଛି ସେ ନେଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.