କଟୁରୀ ଏବଂ ବନ୍ଧୁକରେ ଆକ୍ରମଣ କରି ଲୁଟି ନେଲେ ସୁନାଗହଣା ଓ ଟଙ୍କା, ୨ ଆହତ

Published By : Prameya-News7 Bureau | October 10, 2020 IST

ଆଠଗଡ଼ ୧୦।୧୦: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଦ୍ଵାରବତୀପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଲୋକଙ୍କ ଘରୁ ଲୁଟ୍ ହୋଇଥିବା ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି। ଏହି ଲୁଟ୍‌ ଘଟଣାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ରାତିରେ ୬ ଜଣ ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତ୍ରିରେ ଦ୍ଵାରବତୀପୁର ଗାଁରେ ରବିନ୍ଦ୍ର ନାୟକଙ୍କ ଘରେ ପଶି ଏକ କଟୁରୀ ଏବଂ ବନ୍ଧୁକ ଦ୍ୱାରା ରବିନ୍ଦ୍ରଙ୍କ ଦୁଇ ପୁଅଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ଘରୁ ସୁନାଗହଣା ଓ ଟଙ୍କା ଲୁଟି ଫେରାର ହୋଇ ଯାଇଥିଲେ।  ଆକ୍ରମଣର ଶିକାର ହୋଇଥିବା ଦୁଇଜଣକୁ ପରିବାର ପକ୍ଷରୁ ଆଠଗଡ ମେଡିକାଲରେ ଚିକିତ୍ସିତ କରିବା ନିମନ୍ତେ ଭର୍ତ୍ତି କରାଯାଇଛି।

ଏନେଇ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହେବା ପରେ ଚୌଦ୍ଵାରା ଏସ.ଡି.ପି.ଓ ପ୍ରଶାନ୍ତ ମଲ୍ଲ ଓ ଖୁଣ୍ଟୁଣୀ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ  ଏଭଳି ଘଟଣା ଏହି ଅଞ୍ଚଳରେ ବାରମ୍ବାର ହେଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନେଉନଥିବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.