ସୁନା ବ୍ୟବସାୟୀଙ୍କୁ ଛୁରାମାଡ , ବ୍ୟବସାୟିକ ଶତ୍ରୁତାକୁ ନେଇ ଛୁରାମାଡ ହୋଇଥିବା ସନ୍ଦେହ

Published By : Prameya-News7 Bureau | November 20, 2019 IST

ରାଉରକେଲା ୨୦।୧୧: ରାଉରକେଲାରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ IGH ରେ ଭର୍ତ୍ତି କରାଯାଇଛି । ବିନାୟକଙ୍କ ଶରୀରର ପାଞ୍ଚଟି ସ୍ଥାନରେ ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

{"id":186927,"sizeSlug":"large"}

ସୂଚନାଯୋଗ୍ୟ ଯେ,  ରାଉରକେଲା ମୁଖ୍ୟ ବଜାରରେ ଥିବା ନିଜ ଦୋକାନରୁ ଘରକୁ ଫେରୁଥିବା  ସମୟରେ ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ ଛୁରାମାଡ ହୋଇଛି ।  ଗୋଲଘର ନିକଟ ଗଞ୍ଜାମପଲ୍ଲୀ ନିକଟରେ ସୁନା ବ୍ୟବସୟୀଙ୍କ ଉପରେ ଛୁରାମାଡ ହୋଇଛି । ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ କରାଯାଇଥିବା ସନ୍ଦେହ କରାଯାଉଛି । ପ୍ଲାଣ୍ଟସାଇଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.