ସବୁଠାରୁ ଅଧିକ ବର୍ଷ ଯୋଡି ହୋଇ ଜୀବିତ ଥିବା ଜାଆଁଳା ଭାଇଙ୍କ ଦେହାନ୍ତ

Published By : Prameya-News7 Bureau | July 07, 2020 IST

ଡେଟନ ୦୭/୦୭ : ସବୁଠାରୁ ଅଧିକ ବୟସ ଯାଏଁ ଯୋଡି ହୋଇ ରହିଥିବା ଜାଆଁଳା ଭାଇଙ୍କ ନିଧନ ହୋଇଛି | ୬୮ ବର୍ଷ ବୟସରେ ଜୁଲାଇ ୪ ତାରିଖରେ ଜାଆଁଳା ଭାଇଙ୍କ ନିଧନ ହୋଇଛି | ରୋନି ଡୋନି ନାମକ ଜାଅଁଳା ଭାଇ ୧୯୫୧ ମସିହା ଅକ୍ଟୋବର ୨୮ ତାରିଖରେ ଓହିୟୋରେ ଜନ୍ମ ହୋଇଥିଲେ | ୨୦୧୪ ମସିହାରେ ୬୩ ବର୍ଷ ବୟସରେ ସବୁଠାରୁ ଅଧିକ ବର୍ଷ ଯାଏଁ ଯୋଡ଼ା ଶରୀରର ରେକର୍ଡ କରିଥିଲେ ଜାଆଁଳା ଭାଇ | ଉଭୟ ପେଟ ଯୋଡି ହୋଇଥିଲା |

{"id":297388,"width":566,"height":401,"sizeSlug":"large"}

WHIO ର ଏକ ରିପୋର୍ଟରେ ତାଙ୍କ ଭାଇ ଜିମ କହିଛନ୍ତି ଯେ ଡେଟନର ଏକ ହସ୍ପିଟାଲରେ ଜାଆଁଳା ଭାଇଙ୍କ ମୃତ୍ୟୁ ହୋଇଛି | ୨୦୧୦ ମସିହାରେ ଟିଏଲସି ଜାଆଁଳା ଭାଇଙ୍କ ଉପରେ ଏକ ଵୃତ୍ତିଚିତ୍ର ପ୍ରସାରିତ କରିଥିଲେ | ଦୁଇ ଭାଇ ଏକ କାର୍ନିଭାଲ ଓ ସର୍କସରେ ମଧ୍ୟ ଭାଗ ନେଇଥିଲେ | ସର୍କସରେ ଦୁଇ ଭାଇ ଦର୍ଶକଙ୍କୁ ଆକର୍ଷଣ କରିଥିଲେ |

ଜିମ କହିଛନ୍ତି ଯେ ଜାଆଁଳା ଭାଇଙ୍କ ଦରମାରେ ଅନେକ ବର୍ଷ ଯାଏଁ ତାଙ୍କ ଘରେ ଚାଲିଥିଲା | ୧୯୯୧ ରେ ସେମାନେ କାମ କରିବା ବନ୍ଦ କରିଦେଇଥିଲେ | ଏହାପରେ ୨୦୧୦ ଜଣେ ସେମାନେ ଏକା ରହୁଥିଲେ | କିନ୍ତୁ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେମାନେ ପୁଣି ପରିବାର ସହ ରହିବ ଆରମ୍ଭ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.