ଅକ୍ଷରଧାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟଷଡଯନ୍ତ୍ରକାରୀ ଗିରଫ, ଘଟଣାର ୧୭ ବର୍ଷ ପରେ କାଶ୍ମୀରରୁ ଗିରଫ କଲା ଏଟିଏସ୍

Published By : Prameya-News7 Bureau | July 27, 2019 IST

ଅହମ୍ମଦାବାଦ: ଗୁଜରାଟର ଗାନ୍ଧିନଗର ଅକ୍ଷରଧାମ ମନ୍ଦିର ଉପରେ ୨୦୦୨ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଧରାପଡିଛି। ଗିରଫ ଆତଙ୍କବାଦୀ ୟାସିନ ଗୁଲାମ ମହମ୍ମଦ ବଟ୍ଟକୁ ଗୁଜୁରାଟ ଆଣ୍ଟି ଟେରରିଜିମ ସ୍କ୍ୱାର୍ଡ (ଏଟିଏସ୍) ଅନନ୍ତନାଗରୁ ଗିରଫ କରିଥିବା ବେଳେ ଶୁକ୍ରବାର ଅପରାହ୍ଣରେ ତାକୁ ଅହମ୍ମଦାବାଦ ଅଣାଯାଇଛି।  

{"id":137906}

ଘଟଣାର ୧୭ ବର୍ଷ ପରେ ଷଡଯନ୍ତ୍ରକାରୀ ଧରାପଡିଥିବାରୁ ସମ୍ପୃକ୍ତ ଅନ୍ୟ ଆତଙ୍କବାଦୀଙ୍କୁ ଏବେ ଗିରଫ କରାଯାଇ ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଏଟିଏସ୍ ଏସପି ହିମାଂଶୁ ଶୁକ୍ଲା। ଶୁକ୍ଲାଙ୍କ ଅନୁସାରେ  ବଟ୍ଟ ଅନନ୍ତନାଗର ବାସିନ୍ଦା। ଅନେକ ଦିନରୁ ତାକୁ ଏଟିଏସ୍ ଠାବ କରିଥିଲା। ହେଲେ ସେ ଗିରଫଦାରୀ ଟାଳିବାକୁ ବେଶ ଚତୁରତାର ସହ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳକୁ ଖସି ପଳାଉଥିଲା। ତେବେ ଶୁକ୍ରବାର ତାର ସମସ୍ତ ଚାଲାକି ବିଫଳ ହୋଇଛି। ଗୁଇନ୍ଦା ସୂଚନା ଅଧାରରେ ତଥା ସ୍ଥାନୀୟ ପୋଲିସ ସହଯୋଗରେ ତାକୁ ଏଟିଏସ୍ ତାକୁ ଗିରଫ କରିବା ସହ ବିମାନ ଯୋଗେ ଅହମ୍ମଦାବାଦ ନେଇ ଆସିଛି।

{"id":137907}

ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୨ ଜଣ ଆତଙ୍କବାଦୀଙ୍କ ସମେତ ମୋଟ ୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ ନିମନ୍ତେ ୟାସିନ ଭଟ୍ଟ ଆତଙ୍କବାଦୀଙ୍କୁ ଏକେ-୪୭ ରାଇଫଲ ଯୋଗାଇ ଦେବା ସହ ଆକ୍ରମଣର ନକ୍ସା  ମଧ୍ୟ ପ୍ରସ୍ତୁତ କରିଥିଲା। ୨୦୦୨ ମସିହାରେ ହୋଇଥିବା ଗୋଧ୍ରା ଟ୍ରେନ ପୋଡି ଓ ତା ପରେ ଉପୁଜିଥିବା ହିଂସାର ପ୍ରତିଷୋଧ ନେବାକୁ ଭଟ୍ଟ ଏଭଳି କାଣ୍ଡ ଭିଆଇଥିବା ଏସପି କହିଛନ୍ତି । ଅକ୍ଷରଧାମ ଆକ୍ରମଣ ମାମଲାରେ ଏବେବି ୨୦ ଜଣ ଆତଙ୍କବାଦୀ ଫେରାର ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.