ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବିରାଟ ଉଲକା ପିଣ୍ଡ, ୨୧ ତାରିଖରେ ହେବ ଅତି ନିକଟତର, ହେବ କ'ଣ...?

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ,୧୨/୦୩:  ମାର୍ଚ୍ଚ ୩୧ ତାରିଖରେ ପୃଥିବୀର ଅତି ପାଖ ଦେଇ ଏକ ଉଲକାପିଣ୍ଡ ଅତିକ୍ରମ କରିବ । ଏହା ହେଉଛି ଏବେସୁଦ୍ଧା ଅତିକ୍ରମ କରିଥିବା ସବୁଠାରୁ ବଡ ଉଲକା ପିଣ୍ଡ । ଏହା ବୁର୍ଜ ଖଲିଫା ଆକାରର ଦ୍ୱିଗୁଣ ହେବ ବୋଲି ସୂଚନା ମିଳିଛି । ନାସା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ନାସାର ରିପୋର୍ଟ ଅନୁସାରେ,ଏହି ଉଲକାପିଣ୍ଡ ପୃଥିବୀସହ ଧକ୍କା ହେବାର ସମ୍ଭାବନା ନାହିଁ ।ଏହି ପୃଥିବୀଠାରୁ ୨ ମିଲିୟନ କିମି ଦେଇ ଅତିକ୍ରମ କରିବ । ବୈଜ୍ଞାନିକମାନେ ଏହାକୁ ଅତି ନିକଟରୁ ଅନୁସନ୍ଧାନ କରୁଛନ୍ତି । ଏହାର ନାଁ ଦିଆଯାଇଛି ଆଷ୍ଟ୍ରୋଏଡ୍ ଏଫଓ ୩୨ । ଏହାକୁ ୨୦ ବର୍ଷ ପୂର୍ବରୁ ଆବିଷ୍କାର କରାଯାଇଥିଲା । ମାର୍ଚ୍ଚ ୨୧ ତାରିଖ ସକାଳ ୪ଟାରେ ଏହା ପୃଥିବୀର ନିକଟତର ହୋଇ ଅତିକ୍ରମ କରିବ ।

ସେଣ୍ଟର ଫର୍ ନିୟର ଆର୍ଥ ଅବଜେକ୍ଟ ଷ୍ଟଡିଜର ରିପୋର୍ଟ ଅନୁସାରେ, ଆଷ୍ଟ୍ରୋଏଡ ୨୦୦୧ ଏଫଓ ୩୨ର ବିଷୁବ ରେଖା ବାବଦରେ ସମସ୍ତେ ଜାଣିଛନ୍ତି । ଏହା ପୃଥିବୀର ନିକଟତର ହେବ ନାହିଁ । ଏହା ୧.୨୫ ମିଲିୟନ ମାଇଲ ଦୂରରେ ଅତିକ୍ରମ କରିବ ।ଯାହା ପୃଥିବୀ ଓ ଚନ୍ଦ୍ରର ଦୂରତାରୁ ୫.୨୫ ଗୁଣ ଅଧିକ । ଏହାକୁ ଟେଲିସ୍କୋପ ମାଧ୍ୟମରେ ମାର୍ଚ୍ଚ ୨୧ ତାରିଖରେ ସୂର୍ଯ୍ୟାସ୍ତ ପରେ ଦେଖିହେବ ।

ନାସାର କହିବାନୁସାରେ,  ୨୦୦୧ ଏଫଓ ୩୨ଆଷ୍ଟ୍ରୋଏଡ୍ ଘଣ୍ଟା ପ୍ରତି ୭୭୦୦୦ ମାଇଲ୍ ଦେଇ ଗତି କରିବ । ଯାହା ପୃଥିବୀ ନିକଟରେ ଅବସ୍ଥିତ ଅନ୍ୟ ଉଲକା ପିଣ୍ଡ ତୁଳନାରେ ବହୁତ ବେଶୀ । ଏବେସୁଦ୍ଧା ବହୁତ ଜଣ ଏହି ଉଲକାପିଣ୍ଡ ବାବଦରେ ଜାଣିନତିଲେ କିନ୍ତୁ ବହୁତ ଶୀଘ୍ର ସବୁ ଜାଣିଯିବେ ବୋଲି ନାସାର ବୈଜ୍ଞାନିକ ଲାନ୍ସ ବ୍ୟାନର୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.