Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିରତି ପରେ ରାଜନୀତି ମୈଦାନକୁ ଲାଲୁଙ୍କ କମବ୍ୟାକ୍ : ଆସନ୍ତା ୯ରେ ଭର୍ଚୁଆଲରେ ଦଳୀୟ କର୍ମୀ ସହ କଥାହେବେ

6/05/2021 at 2:46 PM

ବିହାର ୬/୫: ମେ ୯, ବିହାର ରାଜନୀତି ପାଇଁ ଏକ ବିଶେଷ ଦିନ । ଏହି ଦିନ ୩ ବର୍ଷ ପରେ ଜେଲରୁ ବାହାରିଥିବା ଆରଜେଡି ରାଷ୍ଟ୍ରୀୟ ସଭାପତି ଲାଲୁ ପ୍ରସାଦ ଯାଦବ ବିଧାୟକ ଏବଂ ଦଳୀୟ କର୍ମୀଙ୍କ ସହ କରିବେ ଆଲୋଚନା । କରୋନା ଏବଂ ଲାଲୁଙ୍କ ଅସୁସ୍ଥତା ହେତୁ ଏହି ଆଲୋଚନା ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ । ଏହି ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ଶକ୍ତି ସିଂ ଯାଦବ ।

ସେ କହିଛନ୍ତି ଯେ ମେ ୯ରେ ଦଳର ଜାତୀୟ ସଭାପତି ଲାଲୁ ପ୍ରସାଦ ଯାଦବ, ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ସହ ଏକ ଭର୍ଚୁଆଲ ମିଟିଂ ମାଧ୍ୟମରେ ସମସ୍ତ ଦଳର ବିଧାୟକ ତଥା ପୂର୍ବତନ ନେତାଙ୍କ ସହ ଆଲୋଚନା କରିବେ । ଦୀର୍ଘ ଦିନ ପରେ ଲାଲୁ ପ୍ରସାଦଙ୍କ ଭର୍ଚୁଆଲ୍ ମିଟିଂକୁ ନେଇ ଦଳର ନେତାଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି ।

ବାସ୍ତବରେ, ଚାରା ଘୋଟାଲା ମାମଲାରେ ୩ ବର୍ଷରୁ ଅଧିକ ଜେଲରେ ରହିବା ପରେ ଲାଲୁ ଜାମିନରେ ଆସିଛନ୍ତି । ପ୍ରଥମ ଥର ପାଇଁ ତାଙ୍କ ବିଧାୟକ ଏବଂ ନେତାଙ୍କ ସହ ଲାଲୁ ଏକ ବୈଠକ କରୁଛନ୍ତି । ଜାମିନରେ ମୁକ୍ତ ହେବା ପରେ ଲାଲୁ ଯାଦବ ଏବେ ଝିଅ ମିସା ଭାରତୀଙ୍କ ଦିଲ୍ଲୀ ବାସଭବନରେ ରହିଛନ୍ତି ।

   Related Posts