ଶାଗୁଆନ ଗଛରେ ଝୁଲୁଛି ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | June 05, 2021 IST

ସାନଖେମୁଣ୍ଡି ୦୫।୦୬: ଶାଗୁଆନ ଗଛରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ,  ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଘୁନାଥପୁର ଗାଁ ନିକଟରେ ଥିବା ଏକ ଶାଗୁଆନ ତୋଟାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ବେକରେ ରଶି ଲଗାଇ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସେପଟେ ବ୍ୟକ୍ତିଙ୍କ ପରିଚୟ ନେଇ ଛାନ୍‌ଭିନ୍‌ ମଧ୍ୟ କରୁଛି ପୋଲିସ । ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ଆତ୍ମହତ୍ୟା କଲେ , ନା ମୃତ୍ୟୁ ପଛରେ ଆଉ କରଣ କାରଣ ରହିଛି । ସେନେଇ ଖୋଲତାଡ଼ ଜାରି ରଖିଛି ପାଟପୁର ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.