ଆରମ୍ଭ ହେବ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା, କରୋନା ଭ୍ୟାକ୍ସିନ୍‌ ପାଇଁ ୩୫ ହଜାର କୋଟି ଘୋଷଣା

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ,୦୧/୦୨:  ଦେଶରେ ୨୦୨୧-୨୨ ସାଧାରଣ ବଜେଟ୍ ସୋମବାର ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ ସେ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ ସରକାର ୬୪ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ନିର୍ଣ୍ଣୟ ନେଇଛନ୍ତି ।

ଅର୍ଥମନ୍ତ୍ରୀ ଏହାକୁ ନେଇ କହିଛନ୍ତି, ସୁସ୍ଥ ଭାରତ ଏବଂ ସମସ୍ତଙ୍କ କଲ୍ୟାଣ ସରକାରଙ୍କ ପ୍ରଥମ ଲକ୍ଷ୍ୟ । ଏହାଛଡ଼ା ସ୍ୱସ୍ଥ୍ୟ କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ପାଇଁ ଏହି ଯୋଜନା କରାଯାଇଛି । ବଜେଟ୍‌ରେ କରୋନା ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି । ଯଦି ଆବଶ୍ୟକାତା ପଡ଼େ ତେବେ ଏଥିପାଇଁ ଅଧିକ ଅର୍ଥ ମଞ୍ଜୁର କରାଯିବ ।

ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଦେଶକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ମଜବୁତ୍ କରିବ । ୬୪ ହଜାର ୧୮୦ କୋଟି ଟଙ୍କା ଦେଶର ଜନସାଧାରଣଙ୍କ ସ୍ୱସ୍ଥ୍ୟ ପାଇଁ ଖର୍ଚ୍ଚ କରାଯିବ । ଯାହାଫଳରେ ସ୍ୱାସ୍ଥ୍ୟ କ୍ଷତ୍ରରେ ଆମର କ୍ଷମତାର ବିକାଶ ହେବ । ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ୍‌ କରାଯିବ ଏବଂ ଆମେ ଭବିଷ୍ୟତରେ କୌଣସି ରୋଗ ଆସିଲେ ତାର ପ୍ରତିକାର ଖୁବ୍‌ଶିଘ୍ର କରିପାରିବା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.