Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

MSME ପାଇଁ ବମ୍ଫର ଘୋଷଣା, କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ୩ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ୍

13/05/2020 at 4:12 PM

ନୂଆଦିଲ୍ଲୀ ୧୩।୦୫: କରୋନା ସଙ୍କଟ ମୁକାବିଲା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଯୋଜାନ ଘୋଷଣା କରିଥିଲେ। ଏହି ବୃହତ ଆର୍ଥିକ ପ୍ୟାକେଜ୍‌ରେ କେଉଁ କ୍ଷେତ୍ର ପାଇଁ କେତେ ଅର୍ଥ ବ୍ୟୟବରାଦ କରାଯାଇଛି ସେ ନେଇ ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାମରଣ ଓ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସୂଚନା ଦେଇଛନ୍ତି। ଏମଏସଏମ କ୍ଷେତ୍ର ପାଇଁ ୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏହି କ୍ଷେତ୍ରର ବେପାରୀଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଲୋନ୍ ଦିଆଯିବ। ଏହି ପଦକ୍ଷେପରେ ୪୫ ଲକ୍ଷ କ୍ଷୁଦ୍ର ଓ ଲଘୁ କମ୍ପାନୀ ଉପକୃତ ହେବେ।

ଅର୍ଥ ମନ୍ତ୍ରୀ କହିଛନ୍ତି ଲମ୍ବା ବିଚାର ବିମର୍ଶ ପରେ ଏହି ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି। ଏହି ପ୍ୟାକେଜ୍‌ର ଉଦ୍ଦେଶ୍ୟ ଭାରତକୁ ଆତ୍ମନିର୍ଭର କରିବା। ଲ୍ୟାଣ୍ଡ, ଲେବର, ଲିକ୍ୟୁଡିଟି,ଲ ଉପରେ ଏହା ଆଧାରିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତର ଭିଜନ ରଖିଛନ୍ତି। ଗରିବଙ୍କ ଲାଗି ଅନେକ ଯୋଜନା କରାଯାଇ ସେମାନଙ୍କୁ ସଶକ୍ତ କରିବା ସହ ସଂସ୍କାର ଆଣିବାକୁ ପ୍ରୟାସ ଜାରି ରହିଛି। ଲୋକଙ୍କ ଖାତାକୁ ସିଧାସଳଖ ଟଙ୍କା ଦିଆଯାଉଛି।

୧ – ଏମଏସଏମଇକୁ କ୍ରେଡିଡ୍ ଫ୍ରି ଲୋନ୍ ଦିଆଯିବ।

୨ – ଏମଏସଏମଇର କ୍ଷୁଦ୍ର ବ୍ୟବସାୟୀଙ୍କୁ ୩ ଲକ୍ଷ କୋଟି ଟଙ୍କାର ବିନା ଗ୍ୟାରେଣ୍ଟିରେ ଲୋନ୍ ଦିଆଯିବ।

୩ – ୪୫ ଲକ୍ଷ ଏମଏସଏମଇ ବ୍ୟବସାୟୀଙ୍କୁଏ ଏଥିରେ ଲାଭ ମିଳିବ।

୪ – ଏମଏସଏମଇକୁ ଏକ ବର୍ଷ ପର୍ଯ୍ୟନ୍ତ ଇଏମଆଇ ଭରିବାକୁ ପଡିବ ନାହିଁ।

୫ – ଯେଉଁ ଏମଏସଏମଇର ବାର୍ଷିକ ଆୟ ୧୦୦ କୋଟି, ସେମାନେ ୨୫ କୋଟି ଟଙ୍କା ଲୋନ୍ ନେଇ ପାରିବେ।

୬ – ଯେଉଁ ଲୋନ୍ ଦିଆଯିବ ତାକୁ ଚାରି ବର୍ଷ ଭିତରେ ପରିଶୋଧ କରିବାକୁ ପଡିବ।

୭ – ଷ୍ଟ୍ରେସ୍‌ଡ ଏମଏସଏମଇ ଅର୍ଥାତ ଋଣରେ ବୁଡି ରହିଥିବା କମ୍ପାନୀଙ୍କ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି। ଏହି କମ୍ପାନୀକୁ ଲୋନ୍ ଦେଇ ପୁଣି ଥରେ ସ୍ଥିତିରେ ସୁଧାର ଅଣାଯିବ।

୮ – ଯେଉଁ ଏମଏସଏମଇର ଇକ୍ୟୁଡିଟି ସମସ୍ୟା ରହିଛି, ସେମାନଙ୍କୁ ସର୍ବଅର୍ଡିନେଟ୍ ଲୋନ ଦିଆଯିବ। ଏଥିପାଇଁ ୨୦,୦୦୦ କୋଟି ଟଙ୍କା ବନ୍ଦୋବସ୍ତ କରାଯାଇଛି। ଏଥିରେ ୨ ଲକ୍ଷ ଏମଏସଏମଇ କମ୍ପାନୀକୁ ନଗଦର ସମସ୍ୟା ଦୂର ହେବ।

୯- ସରକାର GSTMSE କୁ ୪ ହଜାର କୋଟି  ଟଙ୍କାର ସହାୟତା ଦିଆଯିବ। ଯେଉଁ ବ୍ୟାଙ୍କ ଆଂଶିକ ଗ୍ୟାରେଣ୍ଟି ଦେଉଛନ୍ତି ସେମାନଙ୍କୁ ଏହାର ଫାଇଦା ମିଳିବ। ଏବେ ଏହି ଫାଇଦା ଏମଏସଏମଇକୁ ମଧ୍ୟ ମିଳିବ।

୧୦ – ୧୮ ହଜାର କୋଟି ଟଙ୍କା କରଦାତାଙ୍କୁ ରିଫଣ୍ଡ ଦେବାରେ ସହାୟକ ହେବ। ୧୪ ଲକ୍ଷ କରଦାତାଙ୍କୁ ଏହାର ଫାଇଦା ମିଳିବ।

୧୧ – ପ୍ରଥମ ଥର ଯେବେ ରିଲିଫ୍ ପ୍ୟାକେଜ୍‌ ଘୋଷଣା କରାଯାଇଥିଲା, ସେଥିରେ ୪୧ କୋଟି ଆକାଉଣ୍ଟରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ସିଧାସଳଖ ଆର୍ଥିକ ସହାୟତା ଦିଆଯାଇଥିଲା।

   Related Posts