ଅଭାବନୀୟ : ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ବିଶ୍ୱବିଦ୍ୟାଳୟ କର୍ମଚାରୀ

Published By : Prameya-News7 Bureau | April 20, 2021 IST

ସମ୍ବଲପୁର ୨୦।୦୪: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା । ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୁଳପତିଙ୍କ ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କ ମଡେକିଲରେ ଭର୍ତ୍ତି କରାଯାଇଥିଲା ।  

{"id":441228,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକାଡେମୀକ କାଉନସିଲ୍‌ ବୈଠକ ଚାଲିଥିଲା । ଠିକ୍‌ ଏହି ସମୟରେ ବିଶ୍ୱବିଦ୍ୟାଳୟର ଦୀନବନ୍ଧୁ ମିଶ୍ର ନାମକ ଜଣେ କର୍ମଚାରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କଣ ପାଇ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ, ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.