Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିଲେନି, ଶେଷରେ ପାଣି ଟାଙ୍କିରେ ଚଢି କଲେ ଆତ୍ମହତ୍ୟା ଉଦ୍ୟମ

25/10/2021 at 2:25 PM

ସାଲେପୁର ୨୫।୧୦ : ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପୂର୍ବତନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗ୍ରାମ୍ୟ ଜଳଯୋଗାଣ ବିଭାଗର କର୍ମଚାରୀଙ୍କ ବକେୟା ଦରମା ଟଙ୍କା ନମିଳିବାରୁ ପାଣିଟାଙ୍କିକୁ ଚଢି ଆତ୍ମହତ୍ୟା ଉଦ୍ୟମ । କଟକ ଜିଲ୍ଲା କିଶନ ନଗର ତହସିଲ ଅରିଲୋ ପଞ୍ଚାୟତର ଘଟଣା ।

ଖବର ଅନୁଯାୟୀ,  ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପୂର୍ବତନ କର୍ମଚାରୀ ଦୀପକ ରଞ୍ଜନ ଖଣ୍ଡୁଆଳ ବକେୟା ପଇସା ନପାଇବାରୁ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।  ଦୀପକ ୨୦୧୮-୧୯ ମସିହାରେ ଗ୍ରାମ୍ୟଜଳ ଯୋଗାଣ ପ୍ରକଳ୍ପରେ ପମ୍ପ ହାଉସରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ହେଲେ ଏବେ ସୁଦ୍ଧା ତାଙ୍କର ପ୍ରାପ୍ୟ ମିଳିଲା ନାହିଁ । ଏନେଇ ସେ ବିଭାଗୀୟ ଅଧିକାରୀ ଓ ବ୍ଳକ ପ୍ରଶାସନ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ଶେଷରେ ବାଧ୍ୟ ହୋଇ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଖବର ପାଇ ଘଟଣାସ୍ଥଳରେ କିଶୋର ନଗର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କିପରି ତାଙ୍କର ପ୍ରାପ୍ୟ ପାଇବେ ସେ ସଂପର୍କରେ ଆଲୋଚନା ମଧ୍ୟ ହୋଇଛି ।

   Related Posts